ବିଜେଡି ଛାଡିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବିଜେଡି ଛାଡିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଲେ ତାଙ୍କର ଇସ୍ତଫା ପତ୍ର ।
ସୂଚନା ଅନୁଯୟୀ, ରାମଚନ୍ଦ ପଣ୍ଡା ୨୦୧୩ରୁ୧୫ ପର୍ଯ୍ୟନ୍ତ ବିଜେପି କିଷାନ ମୋର୍ଚ୍ଚାରେ ଉପ ସଭାପତି ଭାବେ କାର୍ଯ୍ୟ କରିଥିଲେ । ୨୦୦୦ ନିର୍ବାଚନରେ ବିଜେପି ଟିକେଟରୁ ଛତ୍ରପୁର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏହାପରେ ତାଙ୍କୁ ଉପ- ବାଚସ୍ପତି ଭାବେ ଦାୟିତ୍ୱ ଦିଆଯାଇଥିଲା । ୨୭ ମାର୍ଚ୍ଚ ୨୦୦୦ରୁ ୬ ଫେବୃଆରୀ ୨୦୦୪ ପର୍ଯ୍ୟନ୍ତ ଉପ- ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ ୨୦୧୭ ଜାନୁଆରୀ ୧୨ ତାରିଖ ଦିନ ବିଜେଡିରେ ଯୋଗଦାନ କରିଥିଲେ ରାମଚନ୍ଦ୍ର ପଣ୍ଡା । ହେଲେ ସେ ଆଜି ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ଆସିଛି ।