ମଧ୍ୟପ୍ରଦେଶ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ । ଶୁକ୍ରବାର ଦିନ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଚିଠି ମାଧ୍ୟମରେ ଦିଆଯାଇଛି ହତ୍ୟା ଧମକ । ମଧ୍ୟପ୍ରଦେଶର ହିନ୍ଦୀ ହୃଦୟ ରାଜ୍ୟ ମଧ୍ୟପ୍ରଦେଶରେ ପ୍ରବେଶ କରିବା ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ଦିନ ହତ୍ୟା ଧମକ ମିଳିଛି। ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ଇନ୍ଦୋରରେ ପହଞ୍ଚିବା ମାତ୍ରେ ବୋମା ମାଡ଼ ହେବାର ଧମକ ଦିଆଯାଇଛି । ରାହୁଲ ଗାନ୍ଧୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିବା ଚିଠିରେ ଜୁନି ପୋଲିସ ଷ୍ଟେସନ ଅନ୍ତର୍ଗତ ଇନ୍ଦୋରର ଏକ ମିଠା ଦୋକାନ ବାହାରେ ଦେଖିବାକୁ ମିଳିଥିଲା । ସେପଟେ ପୋଲିସ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ସ୍କାନ କରିବା ଆରମ୍ଭ କରି ମିଠା ଦୋକାନ ବାହାରେ ଚିଠି ଛାଡିଥିବା ବ୍ୟକ୍ତିଙ୍କୁ ଖୋଜୁଛି । ପୋଲିସ ଅଧିକାରୀମାନେ ଏନେଇ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିଯେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଆଇପିସିର ଧାରା ୫୦୭ ଅନୁଯାୟୀ ଏକ ମାମଲା ରୁଜୁ ହେବା ସହିତ ତଦନ୍ତ ଆରମ୍ଭ ହୋଇଛି । ଏହି ମାମଲାରେ ଅଭିଯୁକ୍ତଙ୍କୁ ଏନଏସଏ ଅଧୀନରେ ଅଭିଯୋଗର ସମ୍ମୁଖୀନ ହେବାକୁ ପଡିପାରେ । ରାହୁଲ ଗାନ୍ଧୀ ଭୀର ସାବାର୍କଙ୍କୁ ଟାର୍ଗେଟ କରିବାର ଗୋଟିଏ ଦିନ ପରେ ଏହି ଧମକ ପତ୍ର ଆସିଛି ।