ଟିଏମ୍‌ସିରେ ଯୋଗ ଦେଲେ ପୂର୍ବତନ ରାଷ୍ଟ୍ରପତି ତଥା ଦିବଗଂତ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ

ପଶ୍ଚିବଙ୍ଗ କଂଗ୍ରେସକୁ ଶକ୍ତ ଝଟ୍‌କା । ପୂର୍ବତନ ରାଷ୍ଟ୍ରପତି ତଥା ଦିବଗଂତ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି କଂଗ୍ରେସ ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଛନ୍ତି ।

(କୋଲକତା) : ପଶ୍ଚିବଙ୍ଗ କଂଗ୍ରେସକୁ ଶକ୍ତ ଝଟ୍‌କା । ପୂର୍ବତନ ରାଷ୍ଟ୍ରପତି ତଥା ଦିବଗଂତ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି କଂଗ୍ରେସ ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଛନ୍ତି ।

 

ସୂଚନାନୁଯାୟୀ , ଅଭିଜିତ୍ ଟିଏମ୍‌ସିରେ ସାମିଲ ହେବାର ତୁରନ୍ତ ପରେ ତାଙ୍କ ଭଉଣୀ ଶର୍ମିଷ୍ଠା ମୁଖାର୍ଜୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରି ଲେଖଇଛନ୍ତି “SAD !!!” । ଟିଏମ୍‌ସିରେ ଯୋଗ ଦେଇ ଅଭିଜିତ୍ କହିଛନ୍ତି ଯେ ମମତା ଜଣେ ବିଶ୍ୱସନୀୟ ଧର୍ମନିରପେକ୍ଷ ନେତା। ଯିଏ କି ବିଜେପିର ସାମ୍ପ୍ରଦାୟିକତା ବିରୋଧରେ ଲଢ଼ି ପାରିବେ ଓ ପରାସ୍ତ କରିପାରିବେ। ମୁଁ ଗୋଟିଏ କଂଗ୍ରେସକୁ ଛାଡ଼ି ଅନ୍ୟ ଏକ କଂଗ୍ରେସ ସହିତ ଯୋଗ ଦେଇଛି। ମୁଁ କୌଣସି ପଦବି ପାଇଁ ଲାଳାୟିତ ନୁହେଁ, ଦଳର ତଳିଆ କର୍ମୀ ଭାବେ କାର୍ଯ୍ୟ କରିବି। ତେବେ ଦଳ ମୋତେ କେଉଁ କାମରେ ଲଗାଇବା ତାହ ଦଳ ଉପରେ ନିର୍ଭର କରେ ବୋଲି ଅଭିଜିତ କହିଛନ୍ତି।