ପୂର୍ବତନ ଅଧିନାୟକ ମାହନ୍ଦ୍ର ସିଂହ ଧୋନୀ ନିଜ ଗାଁକୁ ଯାଇଛନ୍ତି

ବ୍ୟୁରୋ: ନିଜ ପୈତୃକ ଗାଁରେ ମାହନ୍ଦ୍ର ସିଂହ ଧୋନୀ । ପ୍ରାୟ ଦୁଇ ଦଶନ୍ଧି ଧରି ଗାଁ କୁ ଦେଖିନଥିବା ଧୋନୀ ନିଜ ଗାଁରେ ପହଞ୍ଚି ସମସ୍ତଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ତାଙ୍କୁ ଗାଁରେ ଦେଖି ଗ୍ରାମବାସୀ ବେସ ଖୁସି ବ୍ୟକ୍ତ କରିଛନ୍ତି । ଇଂରାଜୀ ହୀନ୍ଦିରେ କଥାବର୍ତ୍ତା କରୁଥିବା ଧୋନୀ ନଜ ଗାଁରେ ଯାଇ ମାତୃ ଭାଷା କୁମାଓନି ରେ ସମ୍ପର୍କୀୟଙ୍କ ସହ କଥାବର୍ତ୍ତା ହେଉଥିବାର ନଜର ଆସିଛନ୍ତି । ଓ ଗାଁରେ ଥିବା ସମସ୍ତ ଗୁରୁଜନଙ୍କ ଠାରୁ ମଧ୍ୟ ପାଦ ଛୁଇଁ ପ୍ରଣାମ ଜଣାଇଛନ୍ତି । ପରେ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରି ତାଙ୍କ ପତ୍ନୀ ସାକ୍ଷୀଙ୍କ ସହ ସମ୍ପର୍କୀୟ ଭାଇ ଚନ୍ଦନ ସିଂହ ଧୋନୀଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ଭାଇଙ୍କ ପରିବାରର ଭଲମନ୍ଦ ପଚାରି ବୁଝିଥିଲେ। ଏହାପରେ ତାଙ୍କ ଘରେ ଚା’ ପିଇଥିଲେ ଏବଂ ତାଙ୍କ ପୁରୁଣା ସ୍ମୃତି ମନେ ପକାଇଥିଲେ।ଧୋନୀ ତାଙ୍କ ସମ୍ପର୍କୀୟ ଭାଇ ହୟାତ୍ ସିଂହ ଧୋନୀଙ୍କ ସହ ଗାଁର ସାମାଜିକ ଅବସ୍ଥା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ହୟାତ୍ ସିଂହ ଧୋନୀ ତାଙ୍କୁ ଗାଁ ବିଷୟରେ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ରୋଜଗାର ଅଭାବ ଏବଂ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା କାରଣରୁ ଲୋକମାନେ ଗାଁ ଛାଡ଼ି ପଳାଉଛନ୍ତି। ଅପରପକ୍ଷେ, ପ୍ରଥମ ଥର ପାଇଁ ଶାଶୁଘରକୁ ଯାଇଥିବା ସାକ୍ଷୀ ଗାଁର ପ୍ରାକୃତିକ ସୌନ୍ଦର୍ୟ୍ୟରେ ଅଭିଭୂତ ହୋଇଯାଇଥିଲେ। ଗ୍ରାମ ପ୍ରଧାନ ଦିନେଶ ଧୋନୀଙ୍କ କହିବାନୁସାରେ, ସାକ୍ଷୀ ମହିଳାମାନଙ୍କ ସହ ଗାଁର ବିଭିନ୍ନ ସ୍ଥାନ ଦେଖିବାକୁ ମଧ୍ୟ ଯାଇଥିଲେ। ବିବାହର ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ତାଙ୍କ ଶାଶୁଘର ଲ୍ବାଲି ଯାଇଥିଲେ ସାକ୍ଷୀ।ସେ ଗାାଁ ପିଲା ମାନଙ୍କ ସହ ମଧ୍ୟ ବେଶ ସମୟ ବିତାଇଥିବା ଦେଖିବାକୁ ମିଳିଥିଲା ଗାଁ ପିଲାମାନେ ମାହିଙ୍କୁ ନିଜ ପାଖରେ ଦେଖି ବହୁତ ଖୁସି ହୋଇଥିଲେ। ସେମାନେ ଧୋନୀଙ୍କୁ କହିଥିଲେ ଯେ, ଆମେ ମଧ୍ୟ ତୁମ ପରି ଛକା ଓ ଚୌକା ମାରିବାକୁ ଚାହୁଁଛୁ। ପିଲାମାନଙ୍କଠାରୁ ଏହା ଶୁଣି ମାହି ହସିଥିଲେ।