ପରଲୋକରେ ମନ୍ତ୍ରୀ ଗୋଲକ ନାୟକ; ଡାଏଲିସିସ ପାଇଁ ମେଡ଼ିକାଲ ଯିବା ବାଟରେ ପରଲୋକ
ବାରିପଦା ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ପରଲୋକ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ପରଲୋକ ହୋଇଛି ।ବାରିପଦ ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ୬୫ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି । ଦୀର୍ଘଦିନ ହେଲା କିଡନୀ ରୋଗରେ ଆକ୍ରାନ୍ତ ଥିଲେ ।ତେବେ ଡାଏଲିସିସ ପାଇଁ ମେଡ଼ିକାଲ ଯିବା ବାଟରେ ମନ୍ତ୍ରୀ ଗୋଲକ ନାୟକଙ୍କ ଦେହାନ୍ତ ହୋଇଥିଲା ।୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମନ୍ତ୍ରୀ ଗୋଲକ ନାୟକ । ଏଥି ସହ ନବୀନ ସରକାରରେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ମନ୍ତ୍ରୀ ଥିଲେ ।
ସୂଚନାମୁତାବକ, ଖୁଣ୍ଟା ଓ ଉଦଳାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦, ୨୦୦୪, ୨୦୧୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପିରୁ ସେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ । ବୟନ ଶିଳ୍ପ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଥିଲେ । ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ ।