ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା: ଆଇପିଏଲରୁ ବାଦ୍ ପଡିଲେ ସୂର୍ଯ୍ୟ କୁମାର ଯାଦବ

ମୁମ୍ବାଇ: ଆଇପିଏଲରୁ ବାଦ୍ ପଡିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳୀ ସୂର୍ଯ୍ୟ କୁମାର ଯାଦବ । ବାମ କହୁଣୀରେ ଆଘାତ ଲାଗିବା ପରେ ସେ ବାଦ୍ ପଡିଛନ୍ତି । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଯାଦବ ୮ଟି ମ୍ୟାଚ ଖେଳି ଦଳ ପାଇଁ ୪୩.୨୯ ହାରରେ ୩୦୩ ରନ ସଂଗ୍ରହ କରିଛିନ୍ତି । ଏଥିରେ ଗୁରୁତ୍ୱପୂର୍ଣ୍ଣ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । କୋଲକାତା ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ ୬ ତାରିଖରେ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ତାଙ୍କୁ ଆଘାତ ସମସ୍ୟା ପାଇଁ ବାଦ୍ ଦିଆଯାଇଥିଲା । ଆଉ ପୂରା ସିଜିନ ପାଇଁ ସେ ବାଦ ପଡିଛନ୍ତି ।

ମେ ୬ ତାରିଖ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କୁ ଆଘାତ ଲାଗିଥିଲା। ତାଙ୍କର ଯାଞ୍ଚ ରିପୋର୍ଟରେ ବାମହାତର ଉପରିଭାଗ ମାଂସପେଶୀ ଆଘାତ ଲାଗିଥିବା ଜଣାପଡିଛି। ବାମହାତର ମାଂସପେଶୀରେ ଆଘାତ କାରଣରୁ ସୂର୍ଯ୍ୟକୁମାର ଆଇପିଏଲ ୨୦୨୨ରୁ ସଂପୂର୍ଣ୍ଣ ବାଦ୍ ପଡିଛନ୍ତି। ଫଳରେ ମୁମ୍ବାଇର ଏହି ତାରକା ବ୍ୟାଟସମ୍ୟାନ ଚଳିତ ଆଇପିଏଲରୁ ବାଦ୍ ପଡିଛନ୍ତି। ଆଇପିଏଲ ମିଡିଆ ଆଡଭାଇଜରି ପକ୍ଷରୁ ସୋମବାର ଏହାର ସୂଚନା ଦିଆଯାଇଛି।

ତେବେ ଚଳିତ ଆଇପିଏଲ ସିଜିନରେ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ୮ଟି ମ୍ୟାଚ୍ ଖେଳି ୪୩.୨୯ ହାରରେ ୩୦୩ ରନ କରିଛନ୍ତି। ଏଥିରେ ୩ଟି ଅର୍ଦ୍ଧଶତକ ସାମିଲ୍। ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ନିଜ ବୟାନରେ କହିଛି।