ସାଲେପୁର : କଟକ ଜିଲ୍ଲା ସାଲେପୁର ଥାନା ଜିଗ୍ନିପୁର ଗାଁ ରେ ଭୋରୁ ଭୋରୁ ଫୁଲ ତୋଳିବାକୁ ଯାଇଥିବା ନାବାଳିକା କୁ ଯୁବକର ଯୋର୍ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ। ଦୁଷ୍କର୍ମ ପୀଡ଼ିତା ନାବାଳିକା ଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ପରିବାର ଲୋକେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ।ପରେ ପୀଡ଼ିତା ନାବାଳିକା ଙ୍କ ପରିବାର ଉପରେ ଘଟଣା କୁ ରଫାଦଫା କରିବା ପାଇଁ ବିଭିନ୍ନ ମହଲରୁ ଚାପ ସୃଷ୍ଟି କରା ଯାଇଥିଲା। ତେଣୁ ଗତକାଲି ଭୋରୁ ଭୋରୁ ଘଟଣା ଘଟିଥିଲେ ସୁଦ୍ଧା ବିଭିନ୍ନ ଚାପରେ ଥିଲେ ପରିବାର ଲୋକେ। ଗତ ସଂଧ୍ୟାରେ ପୀଡ଼ିତା ନାବାଳିକା ଙ୍କ ପରିବାର ପକ୍ଷରୁ ସାଲେପୁର ଥାନାରେ ଏତଲା ଦେବା ପରେ ସଂପୃକ୍ତ ଯୁବକ କୁ ଗିରଫ କରିଛି ସାଲେପୁର ପୋଲିସ। ଗିରଫ ଯୁବକ ହେଲେ ସେହି ଅଂଚଳର ପ୍ରତାପ ସ୍ବାଇଁଙ୍କ ପୁଅ ଅକ୍ଷୟ ସ୍ବାଇଁ। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।