ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଏବେ ଦେଖା ଦେଇଛି ଖାଦ୍ୟ ସଙ୍କଟ । ଯାହାର କାରଣ ହେଉଛି କୋଭିଡ଼-୧୯ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ବିଶ୍ୱ ସ୍ଥରୀୟ ସମ୍ପର୍କର ଅବନତି ଯୋଗୁଁ ଏହି ସଙ୍କଟ ଦେଖା ଦେଇଥିବା କୁହାଯାଉଛି । ଟୋମାସ ଓଜିଆ କ୍ୱିଣ୍ଟାନା ମିଳିତ ଜାତିସଂଘ ମହାସଭା ମାନବାଧିକାର କମିଟିକୁ କହିଛନ୍ତି ଯେ ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି । ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି ଶିଶୁ ଏବଂ ବୟସ୍କଙ୍କୁ ନେଇ ଅନାହାର ବିପଦ ରହିଛି । ଡ଼େମୋକ୍ରାଟିକ ପିପୁଲ୍ସ ରିପବ୍ଲିକ ଅଫ କୋରିଆ ଏହି ମହାମାରୀକୁ ରୋକିବା ପାଇଁ ସୀମା ବନ୍ଦ କରି ଦେଇଥିଲା ଯାହା ଉତ୍ତର କୋରିଆର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇଥିଲା ।