ବାଲେଶ୍ଵର: FM କଲେଜ୍ ଛାତ୍ରୀ ମୃତ୍ୟୁ ଘଟଣା । କଲେଜରେ ପହଞ୍ଚିଲା ତଦନ୍ତକାରୀ ଟିମ୍ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଟିମ୍ କଲେଜରେ ପହଞ୍ଚିଛି । କଲେଜ ICC ସଦସ୍ୟଙ୍କୁ ପଚରାଉଚରା କରୁଛି ଟିମ୍ । ICC ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ର ପଚରାଉଚରା । ଅନ୍ୟପଟେ UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମର ବି ଖୋଳତାଡ଼ କରୁଛି ।
ମିଳିଥିବା ସୂଚନା ଅନୁସାରେ, ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ଏଫ୍ଏମ୍ କଲେଜରେ ଚାଲିଛି ମାରାଥନ୍ ଜେରା । ଗୋଟେ ପରେ ଗୋଟେ ତଦନ୍ତକାରୀ ଦଳ କଲେଜରେ ଜେରା କରୁଛନ୍ତି । ପୀଡ଼ିତାଙ୍କ ଗାଁରେ ପହଞ୍ଚି ତଦନ୍ତ କରୁଛି ମଧ୍ୟ କ୍ରାଇମବ୍ରାଞ୍ଚ। ଭୋଗରାଇ ବ୍ଲକରେ ଥିବା ପୀଡ଼ିତାଙ୍କ ଗାଁକୁ ଯାଇ ପରିବାରଲୋକଙ୍କ ସହ ତଦନ୍ତକାରୀ ଟିମ୍ କଥା ହୋଇଛନ୍ତି। କ୍ରାଇମବ୍ରାଞ୍ଚ ଆଇଜି ଏସ୍.ସାଇନିଙ୍କ ନେତତ୍ବରେ ଚାଲିଛି ତନାଘନା। ଏହାପୂର୍ବରୁ କଲେଜ କତ୍ତୃପକ୍ଷ ଓ କିଛି ଛାତ୍ରଛାତ୍ରୀଙ୍କୁ ପଚରାଉଚରା ସରିଛି। FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପ୍ରଫେସର ରାଜ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ଜଣିଆ ଟିମ କଲେଜରେ ପହଞ୍ଚିଛନ୍ତି । ଟିମରେ ଅଛନ୍ତି ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଓ ୟୁଜିସିର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା । ଘଟଣାର ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିବ ଟିମ୍ । କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣାର ତଦନ୍ତ କରିବେ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ତଦନ୍ତ କମିଟି