ବାଲେଶ୍ଵର: ବାଲେଶ୍ବରର ମୃତ FM ଛାତ୍ରୀଙ୍କ ସାଙ୍ଗଙ୍କର ଚାଞ୍ଚଲ୍ୟକର ଖୁଲାସା । ଏହି ଘଟଣାରେ କେବଳ ପ୍ରିନ୍ସିପାଲ, HODଙ୍କ ଦୋଷୀ କହିବା ଠିକ୍ ହେବନି ବୋଲି କହିଛନ୍ତି ମୃତ ଛାତ୍ରୀଙ୍କ ସାଙ୍ଗ । ସେ ଆହୁରି କହିଛନ୍ତି, ଆଜି ଯେଉଁ ବିରୋଧୀ ନ୍ୟାୟ ପାଇଁ ଚିତ୍କାର କରୁଛନ୍ତି, ସେତେବେଳେ କଲେନି । ସେତେବେଳେ ଯଦି ରାଜନୈତିକ ମୁଦ୍ଦା ବନାଇ ଲଢ଼ିଥାନ୍ତେ ତେବେ ସେ ବଞ୍ଚି ଯାଇଥାନ୍ତା । ଆଜି ଯେଉଁ ପିଲା ନ୍ୟାୟ ପାଇଁ ଚିତ୍କାର କରୁଛନ୍ତି, ସେତେବେଳେ ତାଙ୍କୁ ବିରୋଧ କରୁଥିଲେ । ସୋସିଆଲ ମିଡିଆରେ ତା ବିରୋଧରେ ଖରାପ କମେଣ୍ଟ କରୁଥିଲେ । ତା ବିରୋଧରେ ଅନେକ ଗସିପ୍ ଓ କଟୁ ଟିପ୍ପଣୀମାନ ଦେଉଥିଲେ । ଆଉ ଯେତେବେଳେ କିଛି ଉପାୟ ନ ପାଇଲା ସେତେବେଳେ ସେ ନିଜକୁ ଜାଳି ଦେଲା । ଆଜି କେବଳ ସେ ଜଳିନି, ତା ସାଙ୍ଗରେ ଆମେ ସମସ୍ତେ ଜଳୁଛୁ । ଆମେ ସେ ପର୍ଯ୍ୟନ୍ତ ଜଳୁଥିବା ଯେଉଁ ପର୍ଯ୍ୟନ୍ତ ସଠିକ ତଦନ୍ତ ନ ହୋଇଛି ବୋଲି କହିଛନ୍ତି ମୃତ ଛାତ୍ରୀଙ୍କ ସାଙ୍ଗ ।
ସେହିପରି ମୃତ୍ୟୁ ଦିନର ଘଟଣାବଳୀ ବଖାଣି ସେ କହିଛନ୍ତି, ସେଦିନ ପ୍ରିନ୍ସିପାଲ୍ ଅଭିଯୋଗର ପ୍ରମାଣ ଦେବାକୁ ତାକୁ କହିଥିଲେ । ଯଦି ପ୍ରମାଣ ଦେଇ ନ ପାରିବ, ତମ ବିରୋଧରେ ଆକ୍ସନ ହେବ କହିଥିଲେ । ସେ ନାଚାର ଥିଲା, ଆଉ କଣ କରିଥାନ୍ତା, ପ୍ରମାଣ କେଉଁଠୁ ଆଣିଥାନ୍ତା । ଜୁନିୟର ଓ ସାଙ୍ଗମାନଙ୍କ ଖରାପ କମେଣ୍ଟକୁ ସହି ପାରିଲା ନାହିଁ । HODଙ୍କ ପ୍ରରୋଚନାରେ ପିଲାମାନେ ମାତି ଯାଇଥିଲେ । ୧୦୦ ପିଲା ପ୍ରିନ୍ସିପାଲଙ୍କୁ ଲେଖିକି ଦେଇଥିଲେ, ଦୁଇ ତିନି ଶହ ପିଲା ସପୋର୍ଟ କରୁଥିଲେ । ଯଦି HODଙ୍କୁ ତୁରନ୍ତ ହଟା ଯାଇଥାନ୍ତା, ତେବେ ଜଷ୍ଟିସ ମିଳିବା ଆଶା ରଖିଥାନ୍ତା । ତଦନ୍ତରେ ଯିଏ ଦୋଷୀ ହେବେ ତାକୁ ଜଳାଇ ଜଳାଇ ମାରିବା ଉଚିତ ବୋଲି କହିଛନ୍ତି ମୃତ ଛାତ୍ରୀଙ୍କ ସାଙ୍ଗ ।