ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ବବୁଲ ଦାସ ହତ୍ୟା ଘଟଣାରେ ୫ ଗିରଫ । ଗୁଜରାଟରୁ ୫ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ମାଷ୍ଟର ମାଇଣ୍ଡ ଥିଲା ରାଜେଶ ନାୟକ ଓରଫ ନାଣ୍ଡୁ । ତ୍ରିକୋଣୀୟ ପ୍ରେମରୁ ବବୁଲଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ପରେ ଗୁଜରାଟରେ ଆତ୍ମଗୋପନ କରିଥିଲେ ଅଭିଯୁକ୍ତ । ଗୁଜରାଟରେ ମାର୍ବଲ ମିସ୍ତ୍ରୀ ଭାବେ କାମ କରିବା ପାଇଁ କରିଥିଲେ ପ୍ଲାନ୍ ।

ଗତ ଡିସେମ୍ବର ୨୭ ତାରିଖ ରାତିରେ ନୂଆସାହିର ବବୁଲ ତାଙ୍କ ଘର ନିକଟରେ ଛିଡ଼ା ହୋଇଥିଲେ । ଏହି ସମୟରେ ୪/୫ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ । ବବୁଲ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କୁ ଖଣ୍ଡାରେ ହାଣି ପକାଇଥିଲେ । ଜୀବନ ବିକଳରେ ବବୁଲ ଦୌଡ଼ୁ୍ଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ । ବବୁଲ ତଳେ ପଡ଼ିଯିବା ପରେ ଆଖପାଖ ଲୋକେ ଉଠି ଆସିଥିଲେ । ଆକ୍ରମଣକାରୀ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ସହ ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ସେମାନେ ଏକ ଅଟୋରେ ବସି ପଳାଇଥିଲେ । ଗୁରୁତର ଅବସ୍ଥାରେ ବବୁଲଙ୍କୁ ଉଦ୍ଧାର କରି ପୁଲିସ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରେମ ବିବାଦ ପାଇଁ ମୁଣ୍ଡ ଗଡ଼ିଥିଲା । ପୁଲିସ୍ ନାବାଳିକା ସହ ୨ ଜଣଙ୍କୁ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତ ନଣ୍ଡା ଓ ତାର ସହଯୋଗୀ ଫେରାର ହୋଇଯାଇଥିଲା । ପୁଲିସ୍ ନଣ୍ଡାକୁ ଗିରଫ ଓ ତାର ସହଯୋଗୀଙ୍କୁ ଧରିଛି ।