୧୦ ଦିନ ହେଲା ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ଭିଜୁଆଲ ମାମସ୍ନାକୁ ଆସିଛି । ସୁଡଙ୍ଗ ଭିତରେ ଯେଉଁ ସ୍ଥାନରେ ଶ୍ରମିକ ମାନେ ଫସି ରହିଇଛନ୍ତି କେମିତି ଦିନ କାଟୁଛନ୍ତି ତାର ଭିଡିଓ ଦେଖିବାକୁ ମିଳୁଛି । ଟନେଲ ଭିତରର ଦୃଶ୍ୟ କଏଦ କରିଛି ପାଇପ ସାହାଜ୍ୟରେ ପଠାଯାଇଥିବା ସିସିଟିଭି କ୍ୟାମେରା ।
ଏହି ସମୟରେ ଜଣେ ଶ୍ରମିକଙ୍କୁ ଅତି ନିକଟରୁ ଦେଖିବାକୁ ମିଳିଛି । ସୁଡ଼ଙ୍ଗ ଭିତରେ ଫସିରହିଥିବା ଶ୍ରମିକଙ୍କ ସମ୍ପର୍କରେ ଜାଣିବା ପାଇଁ ଏହି ସିସିଟିଭି କ୍ୟାମେରା ଶ୍ରମିକଙ୍କ ପାଖକୁ ପଠାଯାଇଛି । ଏହାସହ ୱାକି ଟକି ଜରିଆରେ ଫସିରହିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଅଧିକାରୀ । ଏବଂ ତାଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି ।