କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ର ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ଵା ବେଆଇଆନ ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଥିବା ବେଳେ ଜିଲ୍ଲାର ଫିରିଙ୍ଗିଆ ଥାନା ପକ୍ଷରୁ ମଧ୍ୟ୍ୟ ଏହି ଅଭିଯାନ ଜାରି ରହିଛି I ତେବେ ଫିରିଙ୍ଗିଆ ପୋଲିସ ର ଅଭିଯାନ ପୋଲିସ ପକ୍ଷରୁ ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ପଞ୍ଚାୟତ ର ଡାଡିଲେଈ, ଡ଼ହିଙ୍ଗିଆ ଓ ସରୁଲେଈ ଗାଁ ନିକଟରେ ଥିବା ଜଙ୍ଗଲ ମାନଙ୍କରେ ଚଢ଼ାଉ କରି ପ୍ରାୟ ୭୨ଏକର ଜଙ୍ଗଲ ଜମିରେ ବେଆଇଆନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି I ଜାହାର ଆନୁମାନିକ ମୂଲ୍ୟ ଛଅ କୋଟି ପଚାଶ ଲକ୍ଷ୍ୟ ହେବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି । ଏନ୍ୟପଟେ ଏହି ଗଞ୍ଜେଇ କଟା କୁ ନେଇ ଫିରିଙ୍ଗିଆ ଥାନାରେ ୦୪/୨୦୨୪ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏହି ଅଭିଯାନ ରେ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ଏସଆଇ ବିକାଶ କୁମାର ଜାଳି, ଏଏସଆଇ ଶ୍ରୀକାନ୍ତ ପାତ୍ର, ପ୍ରମୋଦ କୁମାର ପ୍ରଧାନ, ଏଏସଆଇ ପ୍ରିୟରଞ୍ଜନ ନାଏକ ଙ୍କ ସହ ଥାନାରେ ସମସ୍ତ ହୋମଗାର୍ଡ, ଆଇଆରବି ଯବାନ ଓ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ଅଭିନାଶ ମିଶ୍ର ସାମିଲ ହୋଇଥିଲେ I ଅନ୍ୟପଟେ ଏହି ଗଞ୍ଜେଇ କାଟିବା ପାଇଁ ପ୍ରାୟ ତିରିଶ ଜଣ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ଫିରିଙ୍ଗିଆ ତହସିଲ ଦାର ଅନାମିକା ପାଣ୍ଡେ ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ଥିଲେ I ଅନ୍ୟପଟେ ସୁରକ୍ଷା ଦୃଷ୍ଟି କୁ ଆଖିଆଗରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ୍ୟ ମୁତୟନ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।