(ବୌଦ୍ଧ) : ଅଚାନକ ଜଳିଗଲା ୩ ବଖରା ଘର। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତାଳପଦର ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ହେତୁ ୩ ବଖରା ଘର ସହ ଚାହୁଁ ଚାହୁଁ ପୋଡି ପାଉଁଶ ହୋଇଗଲା ୨୦ କୁଇଣ୍ଟାଲ ଧାନ ସହ ଡାଲି, ଚାଉଳ ଓ ଆସବାବ ପତ୍ର ।

ନିଆଁ ଅଣ ଆୟତ୍ତ ହୋଇଥିବାରୁ ସ୍ଥାନୀୟ ଲୋକେ ଚାରିଛକ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି ।

ସୂଚନା ମୁତାବକ, ତାଳପଦର ଗ୍ରାମର ରମେଶ ବାରିକଙ୍କ ଘର ପାଖ ଦେଉ ବିଦ୍ୟୁତ ତାର ଯାଇଥିବା ବେଳେ ପବନ ଯୋଗୁଁ ସର୍ଟ ସର୍କିଟ ହୋଇଥିଲା । ଫଳରେ ରମେଶଙ୍କ ଚାଳ ଘରେ ନିଆଁ ଲାଗିଥିବା ବେଳେ ପାଖ ଘରକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଚାରିଛକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଉଦ୍ୟମ କରିଛି। ଫଳରେ ଏହି ଅଗ୍ନିକାଣ୍ଡରେ ରମେଶଙ୍କ ଘରେ ଥିବା ୨୦ କୁଇଣ୍ଟାଲ ଧାନ, ଚାଉଳ ଡାଲି ସମେତ ଘରର ଅନେକ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।