ଆୟକରକୁ ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର; ଆୟକରକୁ ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡିବନି । ୧୨ରୁ ୧୬ ଲକ୍ଷ ଆୟ ପର୍ଯ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ । ସେହିପରି ୨୦ରୁ ୨୪ ଲକ୍ଷ ଆୟ ପର୍ଯ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ର ।ବାର୍ଷିକ ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଲୋକଙ୍କୁ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡିବନି । ତେବେ ଏହା ପୂର୍ବରୁ ୭ ଲକ୍ଷ ଆୟ ପର୍ୟ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡୁନଥିଲା, ଯାହାକୁ ଏବେ ବୃଦ୍ଧି କରି ୧୨ ଲକ୍ଷ କରିଛନ୍ତି ମୋଦୀ ସରକାର । ତେବେ ୨୪ ଲକ୍ଷରୁ ଅଧିକ ଆୟ ଉପରେ ଏବେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ଏହାସହ ୧୫ରୁ ୨୦ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଦେବାକୁ ପଡିବ ।

0-4 lakh – NIL or zero

4-8 lakh – 5%

8-12 lakh -10%

12-16 lakh – 15%

16-20 lakh – 20%

20-25 lakh: 25%

Above 25 lakh- 30%