ଦୀର୍ଘ ସମୟ ଅପେକ୍ଷାର ଅନ୍ତ ପରେ ଚଳଚ୍ଚିତ୍ର ଆଦିପୁରୁଷ ୧୬ ଜୁନରେ ରିଲିଜ ହେବ ।ପ୍ରଭାସ ଫ୍ୟାନ୍ସ ମାନଙ୍କ ପାଇଁ ଚଳିତ ମାସ ଖାସ ହେବାକୁ ଯାଉଛି । ରାମାୟଣ କାହାଣୀ ଉପରେ ପର୍ୟ୍ୟବେସିତ ଆଦିପୁରୁଷ ଚଳଚ୍ଚିତ୍ର ରିଲିଜ ପୂର୍ବରୁ ମେକର୍ସ ଏକ ବଡ଼ ଘୋଷଣା କରିଛନ୍ତି ।ଫିଲ୍ମ ସ୍କ୍ରିନିଂ ସମୟରେ ପ୍ରତ୍ୟେକ ଥିଏଟରରେ ଗୋଟିଏ ସିଟ ଖାଲି ରହିବ । ଏହି ସିଟ ଭଗବାନ ହନୁମାନଙ୍କ ପାଇଁ ରହିବ ବୋଲି ଘୋଷଣା ହୋଇଛି ।
Team #Adipurush to dedicate one seat in every theater for Lord Hanuman 🚩🙏🏻
Jai Shri Ram 🙏 #Adipurush in cinemas worldwide on 16th June! ✨ #AdipurushTrailer2 #AdipurushOnJune16th#AdipurushActionTrailer#AdipurushIn3D #Prabhas #SaifAliKhan #KritiSanon #SunnySingh #OmRaut pic.twitter.com/UcP7Aafks8
— Movies wallah (@Movies_Wallah) June 6, 2023
ଭଗବାନ ହନୁମାନଙ୍କ ପ୍ରତି ଥିବା ଲୋକଙ୍କ ଆସ୍ଥା କୁ ନେଇ ଏଭଳି ଘୋଷଣା କରାଯାଇଛି । ମେକର୍ସଙ୍କ ବୟାନରେ କୁହାଯାଇଛି ଯେ, ଯେବେବି ରାମାୟଣ ପାଠ କରାଯାଏ, ସେହି ସମୟରେ ଭଗବାନ ହନୁମାନ ପ୍ରକଟ ହୋଇଥାନ୍ତି। ଏହା ଆମର ବିଶ୍ୱାସ। ଲୋକଙ୍କ ଏହି ବିଶ୍ୱାସକୁ ସମ୍ମାନ କରି ‘ଆଦିପୁରୁଷ’ ର ପ୍ରତ୍ୟେକ ସ୍କ୍ରିନିଂ ବେଳେ ଗୋଟିଏ ସିଟ୍ ରିଜର୍ଭ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି।