ପୂର୍ବ ଶତୃତାକୁ କେନ୍ଦ୍ରକରି ହଣାକଟା, ୪ଗୁରୁତର

ଢ଼େଙ୍କାନାଳ/କଳ୍ପତରୁ ଜେନା: ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ । ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ଏବଂ ଗୁଳିମାଡ଼।ରାଜନୈତିକ ସଂଘର୍ଷ ରୁ ରକ୍ତପାତ ହୋଇଥିବା ସୂଚନା। ଗୁରୁତର ମାନେ ହେଲେ ଜୟ ପ୍ରକାଶ ରାଉତ ଏବଂ ତାଙ୍କ ପୁତୁରା ଶୁଭଙ୍କର ରାଉତ । ଅପରପକ୍ଷେ ସୁରପ୍ରତାପପୁର ସରପଞ୍ଚଙ୍କ ସ୍ବାମୀ ଭଜମନ ସାମଲ ଏବଂ ସେହିଗ୍ରାମର ଚିତ୍ରସେନ ସାହୁ ଉଭୟ ମଧ୍ୟ ଗୁରୁତର ହୋଇଛନ୍ତି । ତେବେ ଗୁରୁତରମାନଙ୍କୁ ଭୁବନ ମେଡିକାଲରେ ଭର୍ତ୍ତୀ କରାଯାଇଛି।