ମା’ଙ୍କ ପାଖରେ ମାନସିକ ପୂରଣ ହୁଏ ସେଥିପାଇଁ ମା’ ଚ୍ଛିନ୍ନମସ୍ତା ପୁରୁଣେଇଁ ରୂପେ ପୂଜା ପାଆନ୍ତି…

ମା’ ପୁରୁଣେଇ ହେଉଛନ୍ତି ସର୍ଵମଙ୍ଗଳକାରିଣୀ,ଅଭୟଦାୟିନି ଓ ସେ ଧରବାତରଣ କରିଛନ୍ତି ଶାଇଁଶୋ ଗ୍ରାମରେ  ମା’ ଛିନ୍ନମସ୍ତା ପୁରୁଣେଇଁ ନାମରେ । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଛିନ୍ନମସ୍ତା ଠାକୁରାଣୀଙ୍କୁ ୫ ଦିନ ଧରି ବଡ ଆଡମ୍ବରରେ ପୂଜା ଅର୍ଚ୍ଚନା କରାଯାଇଥାଏ । ଏହି ପୀଠକୁ ନିଷ୍ଠା ଆଉ ବିଶ୍ୱାସରେ ମାନସିକ କରିବାକୁ ଯିଏ ଆସନ୍ତି ମା’ ତାଙ୍କ ମାନସିକ ନିଶ୍ଚିନ୍ତ ପୂରଣ କରନ୍ତି। ସେଥିପାଇଁ ମା’ ଚ୍ଛିନ୍ନମସ୍ତା  ପୁରୁଣେଇଁ ସମସ୍ତ ଭକ୍ତଙ୍କ ହୃଦୟରେ ସଦାସର୍ବଦା ବିରାଜମାନ କରିଛନ୍ତି । ଏହି  ଚ୍ଛିନ୍ନମସ୍ତା  ପୁରୁଣେଇଁ ପୀଠ ଭୁବନେଶ୍ୱର ଓ କଟକ ସହର ଠାରୁ ରୁ ମାତ୍ର ୧୬ କିଲୋମିଟର ଦୂରରେ  ଅବସ୍ଥିତ । କଟକ ଜିଲ୍ଲା ବାରଙ୍ଗ ବ୍ଲକ ସାଇଁଶୋ ଗ୍ରାମରେ ମା ଚ୍ଛିନ୍ନମସ୍ତା  ପୁରୁଣେଇଁ ଙ୍କ ପୀଠ । ମା ଏହି ସାଇଁଶୋ ଗାଁରେ ପ୍ରାୟ ୫୦୦ ବର୍ଷରୁ ଅଧିକ ହେବ ପୂଜା ପାଇ ଆସୁଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା’ ଚ୍ଛିନ୍ନମସ୍ତା ପୁରୁଣେଇଁ ଠାକୁରାଣୀ । ମା’ ଙ୍କ ଆଶିଷ ପାଇବା ଲାଗି ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ହଜାର ହଜାର ଭକ୍ତ ଓ ମାନସିକଧାରୀଙ୍କ ଭିଡ ଲାଗିଥାଏ ଏହି ପୀଠରେ।

ଏହି ୫ ଦିନ ମଧ୍ୟରେ ଏହି ପୀଠରେ ଅଷ୍ଠ ପ୍ରହର ନାମକୀର୍ତ୍ତନ ସହିତ ଗ୍ରାମର ଯୁବକ ସଂଘ ପକ୍ଷରୁ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲି ଥାଏ ।ଏହି ୫ ଦିନ ପୂଜାରେ ପ୍ରତିଦିନ ସନ୍ଧ୍ୟା ସମୟରେ ଗଙ୍ଗା ଆରତୀ ଦେଖିବାକୁ ମିଳିଥାଏ ମା ଛିନ୍ନମସ୍ତା ପୂରୁଣେଇ ଙ୍କ ପାଖରେ । ଏହି ଆଳତି ଦେଖିବାକୁ ପାଖ ଆଖରୁ ବହୁ ଭକ୍ତ ୫ ଦିନ ସନ୍ଧ୍ୟା ସମୟରେ ଆସିଥାଆନ୍ତି । ମା ଚ୍ଛିନ୍ନ ମସ୍ତା ପୁରୁଣେଇଁ ଏମିତି ଓଡ଼ିଶାର ଅଗଣିତ ଭକ୍ତମାନଙ୍କ ହୃଦୟ ବସି ଥାଆନ୍ତୁ ଏବଂ ପ୍ରତିବର୍ଷ ଏହି ପୀଠକୁ ହଜାର ହଜାର ସଂଖ୍ୟାରେ ଭକ୍ତ ଆସନ୍ତୁ ଏତିକି ଆମେ କାମନା କରୁଛୁ ।