ସାଲେପୁର : (ଜ୍ୟୋସ୍ନା ରାଣୀ ସିଂହ )E-KYC କରିବା ପାଇଁ ଯାଇ ରାସ୍ତାରେ ପଡ଼ି ବୃଦ୍ଧା ଗୁରୁତର। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଶାରୀରିକ ଅକ୍ଷମ, ଭିନ୍ନକ୍ଷମଙ୍କ ପାଇଁ ଘରକୁ ଯାଇ E-KYC କରିବାର ସରକାରଙ୍କ ନିୟମ ଥିବାବେଳେ ସରକାରଙ୍କ ଖାଉଟି ସାମଗ୍ରୀ ଉପଭୋକ୍ତା ମାନଙ୍କୁ ଯିବାକୁ ପଡୁଛି ପ୍ରାୟ ୩ ରୁ ୪ କିଲୋମିଟର ବାଟ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ଛାଣିପୁର ପଂଚାୟତରେ। ଛାଣିପୁର ପଂଚାୟତ କରମୁଆଁ ଗ୍ରାମର ୮୦ ବର୍ଷୀୟା ବୃଦ୍ଧା ସାବିତ୍ରୀ ସ୍ୱାଇଁ ପାଖାପାଖି ୩ କିଲୋମିଟର ବାଟ ଚାଲିକି ଯିବା ପରେ ଜଣେ ବ୍ୟକ୍ତିଙ୍କ ବାଇକରେ ବସି ଯିବାବେଳେ ବୃଦ୍ଧା ଜଣକ ବାଇକରୁ ଖସୀ ପଡି ଗୁରୁତର ହୋଇଥିଲେ। ବୃଦ୍ଧା ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ସାଲେପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିଲା।୮୦ ବର୍ଷୀୟା ବୃଦ୍ଧା ସାବିତ୍ରୀ ସ୍ୱାଇଁ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।