ରିପୋଟର୍ସ ଟୁଡେ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ କିଛି ଦିନ ବନ୍ଦ ହୋଇ ରହିଥିଲା । କିନ୍ତୁ ବର୍ତ୍ତମାନ ଏହା ଭୟଙ୍କର ରୂପ ଧାରଣ କରୁଛି । ରୁଷ ପକ୍ଷରୁ ୟୁକ୍ରେନ ସହର ଗୁଡିକ ଉପରେ ଟାର୍ଗେଟ କରାଯାଇ ମିଶାଇଲ ମାଡ ହେବା ପରେ ୟୁକ୍ରେନ ସଜାଗ ହେଉଛି । ୟୁକ୍ରେନ ନାଟୋ ଦେଶ ଗୁଡିକୁ ଅଧିକ ମାତ୍ରାରେ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ ନିବେଦନ କରିଛି । ଏନେଇ ଜି-୭ ଦେଶଗୁଡିକ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦାମିର ଜେଲେନଷ୍କି ବୈଠକ କରିଛନ୍ତି ।
ଆଲୋଚନା ପରେ ଜି-୭ ଦେଶଗୁଡିକ କିଭଙ୍କୁ ଅଧିକ ସାମରିକ ସହାୟତା କରିବାକୁ ନିଷ୍ପତ୍ତି ନେବା ସହ ମସ୍କୋର ପରମାଣୁ ଆକ୍ରମଣ ନେଇ ସତର୍କ କରାଇଛନ୍ତି । ଜପାନ ଏହାରି ମଧ୍ୟରେ ୟୁକ୍ରେନକୁ ଡିଫେନ୍ସ ସିଷ୍ଟମ ପଠାଇସାରିଛି । କିନ୍ତୁ ପୁଟିନ କହିଛନ୍ତି ପଶ୍ଚିମ ଦେଶ ଗୁଡ଼ିକ ୟୁକ୍ରେନକୁ ଯୁଦ୍ଧ ପାଇଁ ପବତ୍ତାଉଛନ୍ତି । ଏହାପରେ ନାଟୋ ମତ ରଖିଛି, ଋଷିଆ ସେନା କିଛି ସ୍ଥାନରେ ୟୁକ୍ରେନ ଠାରୁ ପରାଜିତ ହେବା ପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି । ତେବେ ଋଷର ବୋମା ମାଡ଼ରେ ୟୁକ୍ରେନର ୧୯ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଭୟଙ୍କର ଆତଙ୍କ ପରେ ୟୁକ୍ରେନରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।