ବାତ୍ୟା ମୋନ୍ଥା ପରେ ରାଜ୍ୟରେ ଅନେକ ଜିଲ୍ଲାରେ ଲାଗିରହିଛି ବର୍ଷା । ମୋନ୍ଥା ପ୍ରଭାବରେ ରାଜ୍ୟରେ ଘଟାଇଥିବା କ୍ଷୟକ୍ଷତିକୁ ନେଇ ବିଚଳିତ ହେଉଛନ୍ତି ଚାଷୀ । ଯାହାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଚାଷୀ ଭାଇ ମାନଙ୍କୁ ବିତଳିତ ନହେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଖୁବଶୀଘ୍ର ସହାୟତା ରାଶି ମିଳିବ । ଆଜିଠାରୁ ଆରମ୍ବ ହୋଇଛି ବାତ୍ୟା ମୋନ୍ଥାର କ୍ଷୟ କ୍ଷତି ଆକଳନ । ଅମଳ ସମୟ ଥିବାରୁ କପା ଏବଂ ଧାନ ଚାଷର କ୍ଷୟକ୍ଷତି ହୋଇଛି, କିଛି ଜାଗାରେ ଘର ଭାଙ୍ଗିଛି। ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁ ଜିଲ୍ଲାରେ କ୍ଷୟକ୍ଷତି ହୋଇନାହିଁ, ସେ ଜିଲ୍ଲାରୁ ରାଜସ୍ୱ ଅଧିକାରୀଙ୍କୁ ଆକଳନ ପାଇଁ ନିୟୋଜିତ କରାଯିବ । ଭୁସ୍ଖଳନ ଗୋଟେ ବଡ଼ ସମସ୍ୟା ହୋଇ ଉଭା ହେଲାଣି। ପାହାଡ଼ ଭଳି ପଥର ଖସିଛି । ପ୍ରାକୃତିକ ବିପର୍ଯୟ ଲାଗି ପଥର ଖସୁଛି । ପଥର ଖସିବାରେ ସବୁଠୁ ସମ୍ବେଦନଶୀଳ ଜିଲ୍ଲା ହେଉଛି ଗଜପତି ଜିଲ୍ଲା ବୋଲି କହିଛନ୍ତି ସୁରେଶ ପୂଜାରୀ ।