ପୁରୀ: ଭାଗ୍ୟକୁ ଆଦରି ଦିନ କାଟୁଛନ୍ତି ଚାରି ପ୍ରାଣୀ କୁଟୁମ୍ବ । ଫନିର ଝଡବାତ୍ୟା ସବୁକିଛି ଉଡାଇନେଲା । ମୁଣ୍ଟ ଗୁଞ୍ଜିବାକୁ ଛପରଟେ ନାହିଁ । କାନ୍ଥଟିଏ ଛିଡା କରିବାକୁ ପାଖରେ ଆଉ ସମ୍ବଳ ବି ନାହିିଁ । ବାଧ୍ୟହୋଇ ପାଇଖାନା ଭିତରେ କଟୁଛି ୪ ପ୍ରାଣୀ କୁଟୁମ୍ବଙ୍କ ଜୀବନ । ଏଇ ପାଇଖାନା ଭିତରେ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖୁଛି ପୁଅ । ପାଇଖାନା ପ୍ୟାନ ଉପରେ ସପ ପକାଇ ପାଠ ପଢୁଛନ୍ତି ଦୁଇ ପିଲା। ସରକାରଙ୍କ ପକ୍ଷରୁ ଘର ଖଣ୍ଡିଏ ମିଳି ପାରିଲା ନାହିଁ। ମାତ୍ର ସରକାରଙ୍କ ପକ୍ଷରୁ ମିଳିଥିବା ପାଇଖାନାରେ ଏବେ ଜିବନ ଅତିବାହିତ କରୁଛନ୍ତି ପୁରା ପରିବାର । ଏ ହେଉଛନ୍ତି ପୁରୀ ଜିଲ୍ଲା ପିପିଲି ବ୍କକ ରୂପଦେଇପୁର ପଞ୍ଚାୟତର ଘଟଣା । ନାହାମଙ୍ଗ ଶଵର ସାହିର ପ୍ରଶାନ୍ତ ପାତ୍ରଙ୍କ ଘର ବାତ୍ୟା ଫନିରେ ସଂପୂର୍ଣ୍ଣ ନଷ୍ଟ ହୋଇ ପଡିଥିବା ବେଳେ, ଶୈ।ଚ ପାଇଁ ମିଳିଥିବା ପାଇଖାନା ଘରେ ଜିବନ ବିତାଉଛନ୍ତି ଏହି ପରିବାର । ସେପଟେ ଏଭଳି ଦହନୀୟ ଅବସ୍ଥାରେ ଏମାନେ ଥିଲା ବେଳେ ସେହି ଚିରାଚରିତ ଉତ୍ତର ଦେଇ ନିଜ ଦାୟିତ୍ଵରୁ ହାତ ଧୋଇ ଦେଉଛନ୍ତି ବଡ଼ ବଡ଼ିଆ ବାବୁ ମାନେ ।
ଘର ଖଣ୍ଡେ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତଙ୍କ ସମସ୍ତଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି ପ୍ରଶାନ୍ତ । ହେଲେ କାହାରି କାନରେ ପଡୁନି ତାଙ୍କ ଦୁଃଖ । ଏଇ ଚାଖଣ୍ଡେ ପାଇଖାନାରେ ୩ ବର୍ଷ ହେଲାଣି କଟିଲାଣି ପ୍ରଶାନ୍ତଙ୍କ ପରିବାରର ଜୀବନ । ସବୁଠୁ ଆଞ୍ଚର୍ଯ୍ୟ କଥା ହେଉଛି ଏ ପାଇଖାନା ଖଣ୍ଡକ ବି ତାଙ୍କର ନୁହେଁ । ସରକାରଙ୍କ ଠାରୁ ନିଜ ଭ।ଇକୁ ମିଳିଥିବା ପାଇଖାନା ଘର ପାଲଟିଛି ରୂପଦେଇପୁର ପ୍ରଶାନ୍ତ ପାତ୍ରଙ୍କ ବାସଭଵନ । ଶୁଣିବାକୁ ଅ।ଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସରକାରଙ୍କ ଅନେକ ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ପାଲଟିଛି ପ୍ରହସନ । ବାତ୍ୟା ଫନିକୁ 3 ବର୍ଷ ଅତିକ୍ରମ କରିଥିବା ବେଳେ ନିଜର ପତ୍ନୀ ଓ ତିନି ବର୍ଷର କୁନି ଝିଅକୁ ସାଙ୍ଗରେ ଧରି ଏହି ପାଇଖାନା ଘରେ ରହି ଅ।ସୁଛନ୍ତି ପ୍ରଶାନ୍ତ।
ଅନ୍ୟପକ୍ଷେ, ପ୍ରଶାନ୍ତ ରାସ୍ତା ପାର୍ଶ୍ଵରେ ପରିବା ବିକ୍ରି କରି ନିଜ ପରିବାର ଚଳାଉଥିବା ବେଳେ ଘରଟିଏ କରିବା ପାଇଁ ଅର୍ଥ ଯୋଗାଡ କରିବେ ବା କେଉଁଠୁ । ସରକାରୀ ଭାବରେ ଗରିବ ଙ୍କ ପାଇଁ ଅନେକ ଯୋଜନା ଥିଲା ବେଳେ, ସାମାନ୍ୟ ରାସନ କାର୍ଡ ଟିଏ ମଧ୍ୟ ପାଇବାରୁ ବଂଚିତ ଏହି ପରିବାର । ଘରଟିଏ ପାଇଁ ଅନେକ ଥର ଗୁହାରି କରି କରି ନିରାଶ ହୋଇଥିଲେ ମଧ୍ୟ କେବଳ ପ୍ରତିଶୃତିରେ ରହି ଯାଇଛି ପ୍ରଶାନ୍ତଙ୍କୁ ସହାୟତା।