ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ,୩ ବଗି ଛାଡ଼ି ଆଗକୁ ଚାଲିଗଲା ଟ୍ରେନ୍‌

୩ ବଗି ଛାଡ଼ି ଆଗକୁ ଚାଲିଗଲା ଟ୍ରେନ୍‌।

(କୋଲକତା) : ୩ ବଗି ଛାଡ଼ି ଆଗକୁ ଚାଲିଗଲା ଟ୍ରେନ୍‌। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଫାଲକନାମା ଏକ୍ସପ୍ରେସ୍‌। ତେବେ ଅଳ୍ପକେ ବର୍ତ୍ତି ଯାଇଛି ଏହି ଯାତ୍ରୀବାହୀ ଟ୍ରେନ୍‌।

ସୂଚନାନୁଯାୟୀ , ହାଓ୍ୱଡ଼ାରୁ ସିକନ୍ଦରାବାଦ୍ ଅଭିମୁଖେ ଯାଉଥିବା ଫାଲକନାମା ଏକ୍ସପ୍ରେସ ଗତକାଲି ପଶ୍ଚିମବଙ୍ଗ ବେଲଦା ଷ୍ଟେସନରେ ଅଟକିଥିଲା। ଏହି ସମୟରେ ଗୋଟିଏ ଏସି ଓ ଦୁଇଟି ସାଧାରଣ ବଗି ଅଲଗା ହୋଇଥିଲା। ଏହାପରେ ଟ୍ରେନ୍‌ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା। ପରେ ଇଞ୍ଜିନ ସହିତ ଯୋଡ଼ି ହୋଇଥିବା ୨୨ଟି ବଗିକୁ ନେଇ ଟ୍ରେନ୍ ଆଗକୁ ଗଡ଼ି ଚାଲିଥିଲା।