ହିଞ୍ଜିଳି/ ରଜନୀକାନ୍ତ ପାତ୍ର: ନକଲି ଡିଏସପି ଗିରଫ । ଲୋକଙ୍କୁ ଚାକିରି କରାଇ ଦେବା ନାମରେ ଠକୁଥିଲେ । ଠକେଇ ଅଭିଯୋଗରେ ଗଞ୍ଜାମ କବିସୂର୍ୟ୍ୟନଗର ପୋଲିସ ଦ୍ବାରା ଗିରଫ ହେଲେ ନକଲି ଡିଏସପି । ତେବେ ସେ ଭୁବନେଶ୍ୱରରୁ ଗିରଫ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଗିରଫ ବ୍ୟକ୍ତି ଜଣକ ହେଲେ କବିସୂର୍ୟ୍ୟନଗର ଡେଙ୍ଗାପଦର ଗାଁର ପ୍ରଦିପ କୁମାର ବିଶ୍ବାଳ । ସେ ନିଜକୁ ଡିଏସପି କହି ସମସ୍ତଙ୍କୁ ପରିଚୟ ଦେଉଥିଲେ । ବିଏମସିରେ ଲୋକଙ୍କୁ ଚାକିରି କରାଇଦେବା ନାମରେ ଠକୁଥିଲେ । ଅଭିଯୋଗ ପରେ ଗିରଫ କଲା କବିସୂର୍ୟ୍ୟନଗର ପୋଲିସ । ଗିରଫର ସୂଚନା ଦେଲେ ଥାନାଧିକାରୀ ପ୍ରଭାତ କୁମାର ସାହୁ ।