ସ୍ୱାଧୀନତା ଦିବସରେ ହୋଇପାରେ ବିସ୍ଫୋରଣ ଚେତାବନୀ ଦେଲା ଗୁଇନ୍ଦା ଏଜେନ୍ସି

୭୫ ତମ ସ୍ୱାଧୀନତା ଦିବସର ପ୍ରସ୍ତୁତି ଭିତରେ ଗୁଇନ୍ଦା ଏଜେନ୍ସିକୁ ଆତଙ୍କବାଦୀଙ୍କ ବଡ ପ୍ଲାନ ବିଷୟରେ ଜଣାପଡିଛି। ଗୁଇନ୍ଦା ଏଜେନ୍ସି ସତର୍କତା ଜାରି କରି ରାଜଧାନୀ ସହିତ ଅନ୍ୟ ରାଜ୍ୟକୁ ସତର୍କତା ଜାରି କରିଛି।

(ଦିଲ୍ଲୀ) : ୭୫ ତମ ସ୍ୱାଧୀନତା ଦିବସର ପ୍ରସ୍ତୁତି ଭିତରେ ଗୁଇନ୍ଦା ଏଜେନ୍ସିକୁ ଆତଙ୍କବାଦୀଙ୍କ ବଡ ପ୍ଲାନ ବିଷୟରେ ଜଣାପଡିଛି। ଗୁଇନ୍ଦା ଏଜେନ୍ସି ସତର୍କତା ଜାରି କରି ରାଜଧାନୀ ସହିତ ଅନ୍ୟ ରାଜ୍ୟକୁ ସତର୍କତା ଜାରି କରିଛି। ଏଜେନ୍ସି ଆର୍ଲଟ ଜାରି କରି କହିଛି ଯେ, ଜୈଶ ଓ ଲସ୍କର ଆତଙ୍କବାଦୀ ଦେଶରେ ବଡ ଆକ୍ରମଣ କରିପାରିନ୍ତି। ସୁରକ୍ଷା ଏଜେନ୍ସି ପକ୍ଷରୁ ଦିଲ୍ଲୀ ପୋଲିସ, ଜିଆରପି, ଲୋକାଲ ପୋଲିସ ଓ ସମସ୍ତ ଷ୍ଟେଟ୍ ଇଣ୍ଟେଲିଜେନ୍ସ ଏଜେନ୍ସିକୁ ସତର୍କତା ଜାରି କରାଯାଇଛି।

ଏହାକୁ ନେଇ ସମସ୍ତ ଏଜେନ୍ସି ଖାସ୍ ଚେତାବନୀ ଦେଇଛନ୍ତି। କୁହାଯାଇଛି ଯେ, କୌଣସି ସନ୍ଦିଗ୍ଧ ଜିନିଷ ଯଦି ମିଳିଯାଏ ତେବେ ତାକୁ ଖୁବ୍ ସାବଧାନୀ ସହକାରେ ଯାଞ୍ଚ କରି ଡିଫ୍ୟୁଜ୍ କରିବାରେ ଅଧିକ ସାବଧାନ ରୁହନ୍ତୁ। ସ୍ବାଧୀନତା ଦିବସରେ ଦେଶକୁ ବିସ୍ଫୋରଣ କରି ଥରାଇ ଦେବାପାଇଁ ଆତଙ୍କବାଦୀମାନେ ସୋଫିଷ୍ଟିକେଟେଡ୍ ଆଇଆଇଡିର ବ୍ୟବହାର କରିପାରନ୍ତି। ସୋଫିଷ୍ଟିକେଟେଡ୍ ଆଇଇଡି ମେଟାଲ ଡିଟେକ୍ଟକୁ ମଧ୍ୟ ଚକମା ଦେଇପାରେ। ତେଣୁ ଯେଉଁ ପୋଲିସ କର୍ମଚାରୀ ମେଟାଲ ଡିଟେକ୍ଟର ସହିତ ମୁତୟନ ଅଛନ୍ତି ସେମାନେ ଅଧିକ ସାବଧାନ ରୁହନ୍ତୁ ଓ ଯାଞ୍ଚ କରନ୍ତୁ।