୨ ହଜାର ଟଙ୍କିଆ ନୋଟ୍ ବଦଳ; RBI ସମ୍ମୁଖରେ EOW ‘ଟିମ୍

ଭୁବନେଶ୍ୱର : ଭୁବନେଶ୍ୱର RBI କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଛି EOW ‘ଟିମ୍’ । ନୋଟ୍ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଲମ୍ବା ଲାଇନ୍ କରି ଥିବା ଲୋକଙ୍କୁ ପଚରାଉଚରା କରିବା ସହିତ ଅଧାର କାର୍ଡ ଯାଞ୍ଚ କରୁଛି ଟିମ । ୨୦ ହଜାରରୁ ଅଧିକ ଟଙ୍କା ଧରିଥିବା ଲୋକଙ୍କୁ , ଏହି ସବୁ ସୋମନଙ୍କ ଟଙ୍କା କି ନୁହେଁ ,କିମ୍ବା ସେମାନଙ୍କୁ କିଏ ପଠାଇଛି ସେନେଇ ଜେରା କରୁଛି ୨ ଜଣିଆ EOW ଟିମ୍ । ଗତ କିଛି ଦିନ ହେବ ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଦୈନିକ ପ୍ରାୟ ୭୦୦ ଲୋକ ଧାଡିରେ ଠିଆ ହୋଇ ନୋଟ୍ ବଦଳାଉଛନ୍ତି ।