ଉଦାହରଣ ପାଲଟିଛନ୍ତି ୧୦୪ବର୍ଷୀୟ ମହିଳା , ୨ଥର କରୋନାକୁ ପରାସ୍ତ

(କୋଲମ୍ବିୟା) : ଦେଶରେ କରୋନା ସଂକ୍ରମଣ ଦ୍ଵିତୀୟ ଲହରୀ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଅଧିକାଂଶ ଲୋକେ ହତାଶ ହୋଇପଡିଥିବା ବେଳେ ୧୦୪ବର୍ଷର ମହିଳା ୨ଥର କରୋନାକୁ ପରାସ୍ତ କରି ଉଦାହରଣ ସୃଷ୍ଟି କରିଛନ୍ତି । ମାସେ ନୁହେ କି ୨ମାସ ନୁହେଁ ୧ ବର୍ଷ ସମୟ ମଧ୍ୟରେ ଏହି ଶତାୟୁ ମହିଳା ଦ୍ୱିତୀୟ ଥର କୋଭିଡ୍‌-୧୯କୁ ହରାଇ ସମାଜରେ ଧାର୍ଯ୍ୟର ବାର୍ତ୍ତା ପ୍ରଦାନ କରିଛନ୍ତି । ହସପିଟାଲରୁ ଡିସଚାର୍ଜ ହେବ ସମୟରେ ସ୍ଥାନୀୟ କର୍ମଚାରୀମାନେ କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଛନ୍ତି ।
ସୂଚାନୁଯାୟୀ ,କାରମେନ୍‌ ହେରନାନ୍‌ଡେଜ୍‌ ନାମ୍ନୀ ଏହି ବୃଦ୍ଧା ତୁନ୍‌ଜା ସହର ସ୍ଥିତ ସାନ୍‌ ରାଫେଲ ଡି ତୁନ୍‌ଜା ୟୁନିଭର୍ସିଟି ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ । କୋଭିଡ୍‌ମୁକ୍ତ ହୋଇ ଡିସ୍‌ଚାର୍ଜ ହେବା ପରେ ହସ୍‌ପିଟାଲ କର୍ମଚାରୀଙ୍କ ସାହାଯ୍ୟରେ କରିଡୋର୍‌ ଦେଇ ସେ ଯାଉଥିଲେ । ଏହି ସମୟରେ ମେଡିକାଲ କର୍ମଚାରୀମାନେ କରିଡୋର୍‌ର ଦୁଇ ପାଶ୍ୱର୍ରେ ଠିଆ ହୋଇ ବୃଦ୍ଧାଙ୍କ ପାଇଁ କରତାଳି ମାରିଥିଲେ ।