ଭୁବନେଶ୍ୱର: ଘରୋଇ କମ୍ପାନି ଚାକିରିଆଙ୍କ ପାଇଁ ଖୁସି ଖବର । କମ୍ପାନି ବଦଳାଇଲେ ବି ଘାରିବନି ଇପିଏଫ ଚିନ୍ତା ଏଣିକି କମ୍ପାନୀ ଛାଡିଲେ ବି ଟ୍ରାନ୍ସଫର ହୋଇଯିବ ଇପିଏଫ ଟଙ୍କା । କର୍ମଚାରୀ ଭବିଷ୍ୟନିଧୀ ସଂଗଠନ ପକ୍ଷରୁ ଏ ସୁବିଧା ଉପଲବ୍ଧ ହେବ । ଗତ୨୦ ତାରିଖରେ ଇପିଏଫଓରେ ବସିଥିବା ଏକ ଗୁରୁତ୍ୱପୂର୍ଣ ବୈଠକରେ ଏନେଇ ନିଷ୍ପତି ନିଆଯାଇଥିଲା । ଯଦି କେହି ଚାକିରି ଛାଡେ ନୁଆ ଅଫିସରେ ଆଉ ଏକ ଆକାଉଣ୍ଟ ଖୋଲାଯାଏ । ବର୍ତମାନ ଏଥିରେ ପୁରୁଣା ଆକାଉଣ୍ଟକୁ ମିଶାଯାଇପାରିବ । ଶନିବାର ଏ ବୈଠକରେ ଆଉ କିଛି ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଛି । ମାସିକ ରାଶିର ୫ପ୍ରତିଶତ ଅର୍ଥ ଅନ୍ୟ ବିକଳ୍ପ ପୁଞ୍ଜିରେ ନିବେଶ କରାଯିବ ।