ହରିୟାଣା ଜମି ଦୁର୍ନୀତିରେ ପଚରାଉଚରା ପାଇଁ ରବର୍ଟ ଭଦ୍ରାଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ-: ବଶିଷ୍ଟ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ପୁଣି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହରିୟାଣା ଜମି ଦୁର୍ନୀତିରେ ପଚରାଉଚରା ପାଇଁ  ଇଡ଼ି ଭଦ୍ରାଙ୍କୁ ହାଜର ହେବାକୁ ନୋଟିସ କରିଥିଲା । କିନ୍ତୁ ଭଦ୍ରା ଅସୁସ୍ଥତା ଦର୍ଶାଇ ଇଡ଼ିକୁ ଏକ ଇମେଲ୍‍ ଲେଖିଛନ୍ତି । ଭଦ୍ରା ଇଡିଠାରୁ ଆହୁରି ସମୟ ମାଗିଛନ୍ତି । ସେ ପରବର୍ତ୍ତୀ ତାରିଖରେ ହାଜର ହେବେ ବୋଲି ଏକ ଇମେଲ୍‍ ଜରିଆରେ ଜଣାଇଛନ୍ତି ।

ଏହି ମାମଲାରେ ଇଡି ପୂର୍ବରୁ ରବର୍ଟ ଭଦ୍ରାଙ୍କୁ ପଚରାଉଚରା କରିସାରିଛି । ପ୍ରଥମ ପଚରାଉଚରାରେ, ଭଦ୍ରାଙ୍କ ଉପରେ ହୋଇଥିବା ଅଭିଯୋଗ ଏବଂ କୌଣସି ଭୁଲ କାର୍ଯ୍ୟରେ ତାଙ୍କର ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ । ସଞ୍ଜୟ ଭଣ୍ଡାରୀ ମାମଲାରେ ରବର୍ଟ ଭଦ୍ରାଙ୍କ ଉପରେ ଆରୋପ ଲାଗିଛି । ସଞ୍ଜୟ ଭଣ୍ଡାରୀ ୨୦୧୬ ମସିହାରେ ଭାରତ ଛାଡି ପଳାଇ ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି, ଏବଂ ସେ ରବର୍ଟଙ୍କ ଜଣେ ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି ।