ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ରଜୌରୀରେ ଏନକାଉଣ୍ଟର । ଜଣେ ଆତଙ୍କୀ ନିପାତ । ଅପରେସନ ସମୟରେ ଜଣେ ଯବାନ ସହିଦ ହୋଇଥିବା ସୂଚନା ରହିଛି । ଏଥିସହ ୩ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ୬ବର୍ଷର ସେନା କୁକୁର ‘କେଣ୍ଟ’ର ଜୀବନ ଚାଲିଯାଇଛି । ଗତକାଲି ରଜୌରୀ ଜିଲ୍ଲା ନରହ୍ଲା ଅଞ୍ଚଳରେ ଆତଙ୍କ ବାଦୀ ଲୁଚିଥିବା ନେଇ ଖବର ପାଇଥିଲେ ସୁରକ୍ଷା କର୍ମୀ । ସୂଚନା ଅନୁସାରେ, ରଜୌରୀରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ । ଏବେବି ସଂପୃକ୍ତ ଅଞ୍ଚଳରେ ଗୁଳି ବିନିୟମ ଜାରି ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ରାଜୌରୀ ଅପରେସନରେ ଭାରତୀୟ ସେନା କୁକୁର କେଣ୍ଟର ମୃତ୍ୟୁ ହୋଇଛି । ଏହି ଲାବ୍ରାଡର କୁକୁର ବୟସ ୬ ବର୍ଷ । ଆତଙ୍କବାଦୀଙ୍କ ପିଛା କରିବା ବେଳେ ଗୁଳିମାଡ଼ରେ କେଣ୍ଟର ମୃତ୍ୟୁ ହୋଇଥିବା ଜାମ୍ମୁର ସେନା ମୁଖପାତ୍ର କହିଛନ୍ତି ।