‘ଆପଣ ଏକ ହାତୀକୁ ମୁର୍ଖ ଭାବନ୍ତୁ ନାହିଁ’

ରାଗରେ ତମତମ ଗଜରାଜ

(ଦିଲ୍ଲୀ) : ରାଗରେ ତମତମ ଗଜରାଜ । ମହିଳାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଲେ । ହଁ ଆଂଜ୍ଞା କେବେଳ ସେତିକ ନୁହେ ମହିଳା ଜଣଙ୍କ ଆହତ ହୋଇଥିବା ଜଣାପଡୁଛି ।  ତେବେ ସୋସିଆଲ ମିଡିଆରେ ଗଜରାଜଙ୍କ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

 

ତେବେ ଭିଡିଓରୁ ସ୍ୱଷ୍ଟ ଜଣାପଡୁଛି ଯେ କୌଣସି ଏକ ଜଙ୍ଗଲରେ ହାତୀ ବୁଲୁଛି। ଏହି ସମୟରେ ହାତୀ ସାମ୍ନାକୁ ଜଣେ ବିଦେଶୀ ମହିଳା ଚାଲି ଆସୁଛନ୍ତି। ଆଉ ହାତରେ କଦଳୀ କାନ୍ଦି ଧରିଛନ୍ତି। ଏଥିମଧ୍ୟରୁ ଗୋଟିଏ କଦଳୀ ହାତୀକୁ ପୁଣି ନିଜ ଆଡକ ନେଇ ଆସୁଛନ୍ତି। ମହିଳାଙ୍କ ଏଭଳି କାର୍ଯ୍ୟକଳାପ ଦେଖିବା ପରେ ରାଗି ଯାଇଥିଲା। ଆଉ  ମହିଳାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା।

 

ଜଣେ ଆଇଏଫଏସ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି,‘ଆପଣ ଏକ ହାତୀକୁ ମୁର୍ଖ ଭାବନ୍ତୁ ନାହିଁ। ହାତୀ ପୋଷା ମାନିଥାଏ। ସମସ୍ତ ପଶୁମାନଙ୍କ ଠାରୁ ହାତୀର ବୁଦ୍ଧି ପ୍ରଖର ଏହା ଜାଣି ରଖି ଥାଆନ୍ତୁ।