ନନ୍ଦନକାନନ ପାଚେରୀ କଡରେ ହାତୀପଲ

ଭୁବନେଶ୍ୱର : ରାଜଧାନୀ ମୁଁହା ହାତୀ ପଲ । ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ । ନନ୍ଦନକାନନରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି । ସେମାନଙ୍କ ମଧ୍ୟରେ ହାତୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଗତକାଲି ରାତିରେ ନନ୍ଦନକାନନ ପାଚେରୀ ନିକଟରେ ୧୬ ଟିକିଆ ଜଙ୍ଗଲୀ ହାତୀପଲ ଦେଖିବାକୁ ମିଳିଛି।

ଏହି ହାତୀପଲ ଚନ୍ଦକା ଅଭୟାରଣ୍ୟ ଦେଇ ନନ୍ଦନକାନନ ପଛପଟ ଗେଟ୍‌ ଦାରୁଠେଙ୍ଗ ଗାଁ ପାଖକୁ ଚାଲିଆସିଥିଲେ। ସେମାନେ ଦାରୁଠେଙ୍ଗ ଅଞ୍ଚଳରେ ବ୍ୟାପକ ପନିପରିବା ନଷ୍ଟ କରିଥିବା କୁହାଯାଉଛି। ‌ତେବେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀମାନଙ୍କ ଉପରେ ନଜର ରଖିଛି ଏବଂ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଛି। ହାତୀମାନେ ଏକ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ସନ୍ଦେହ କରାଯାଉଛି।ତେବେ ନନ୍ଦନକାନନ ପଛପଟ ପାଚେରୀ କଡ଼ରେ ଏକ ପାଣି ଆଉ ଚାଷ ଜମି ପାଖରେ ଅଛନ୍ତି ଜଙ୍ଗଲୀ ହାତୀପଲ।