୧୬ ନମ୍ବର ଜାତୀୟ ରାଜପଥରେ ଗୋଟିକିଆ ଦନ୍ତା, ଲୋକେ ଭୟଭିତ

ଟାଙ୍ଗୀ/ରାକେଶ ଜଗଦେବ:୧୬ ନମ୍ବର ଜାତୀୟ ରାଜପଥ ଉପରେ ଗୋଟିକିଆ ଦନ୍ତା । ସାରା ଅଞ୍ଚଳରେ ଖେଳି ଯାଇଛି ଆତଙ୍କ । ଲୋକେ ଭୟଭିତ । ଗାଡି ଚଳାଚଳ ବ୍ୟାହତ । ବନ ବିଭାଗ କର୍ମଚାରୀଙ୍କର ଦେଖା ନାହିଁ । ଖାଦ୍ୟର ଅଭାବ ଯୋଗୁଁ ଜଙ୍ଗଲରେ ରହୁଥିବା ହାତୀ ମାନେ ଏବେ ଗାଁ ମୁହାଁ ହେଉଛନ୍ତି । ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜରେ ଏବେ ୨୮ ରୁ ଅଧିକ ହାତୀ ରହୁଛନ୍ତି ।

ବନ ବିଭାଗ ସଠିକ ପରିଚାଳନା ନୀତି ଗ୍ରହଣ କରୁନଥିବାରୁ ଏହା ଏବେ ଏକ ବଡ ସମସ୍ୟା ପାଲଟିଛି । ହାତୀ ମାନେ ଜନ ବସତିକୁ ପଳାଇ ଆସି ବ୍ୟାପକ କ୍ଷୟ କ୍ଷତି କରୁଛନ୍ତି । ଆଜି ସେହିଭଳି ଗୋଟିଏ ଦନ୍ତା ହାତୀ ଜଙ୍ଗଲରୁ ପଲାଇ ଆସି ପୋଖରୀଆ ନିକଟରେ ଆତଙ୍କ ଦେଖାଇଥିବା ଜଣା ପଡିଛି । ଏପଟେ ବନ ବିଭାଗ ନିକଟରେ ଖବର ନଥିବା ଜଣା ପଡିଛି । ଫଳରେ ଲୋକେ ଭୟଭୀତ ହୋଇଛନ୍ତି । ତେଣୁ ବନ ବିଭାଗ ହାତୀକୁ ଘଉଡ଼ାଇବାକୁ ଆବଶ୍ୟକ ପଦକ୍ଷେପ ନେବା ଦାବି ହେଉଛି ।