ଉତ୍ତରପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା 

ଉତ୍ତରପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା 

(ଉତ୍ତରପ୍ରଦେଶ) : ରବିବାର ରାତିରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ । ଫଳରେ ଏଥିରେ ୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୯ଜଣ ଆହତ ହୋଇଛନ୍ତି । ଆହତମାନେ ସ୍ଥାନୀୟ ମେଡ଼ିକାଲଉତ୍ତରପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

 

ସୂଚନାନୁଯାୟୀ , ସହରର ବାବୁପୁରୱା ପୋଲିସ ଷ୍ଟେସନ ପରିସର ଟାଟମିଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଇ-ବସଟି ନିୟନ୍ତ୍ରଣ ହରାଇବା ପରେ ଟ୍ରାଫିକ ବୁଥ ପୋଷ୍ଟରେ ଯାଇ ମାଡ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଛି ।