ବ୍ୟୁରୋ: ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ । ସଂଖ୍ୟା ବୃଦ୍ଧି ପାଇଁ କଲେଜ ସ୍ତରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଉଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ ଅଧିକାରୀ । ଅନ୍ୟ ବର୍ଗର ଭୋଟରଙ୍କ ତୁଳନାରେ ଯୁବ ବର୍ଗ ଭୋଟରଙ୍କ ସଂଖ୍ୟା କମ ଅଛି । ସଂଖ୍ୟା ବଢ଼ାଇବାକୁ ସଚେତନତା ସୃଷ୍ଟି କରିବା ଜରୁରୀ । ଭୋଟ ଦେବାକୁ ଯୋଗ୍ୟ ଥିବା ଭୋଟରଙ୍କୁ ତାଲିକା ଭୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ କରାଯାଉ । ଆଡ଼ମିସନ ଫର୍ମ ସହ ଭୋଟର ନାମ ସଂଯୋଗ ଫର୍ମ ବି ଯୋଗାଯାଉ । ସିଇଓଙ୍କ ଚିଠି ପରେ ସବୁ କୁଳପତି ଓ ଅଧକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଚିଠି ଲେଖିଛନ୍ତି ।