ଭୁବନେଶ୍ଵର: ହିନ୍ଦୁ ଧର୍ମରେ, ସମସ୍ତ ଉପବାସ ମଧ୍ୟରେ ଏକାଦଶୀ ଉପବାସ ସବୁଠାରୁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ। ଏହି ଦିନ ଦେବତା ଏବଂ ପୂର୍ବପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ ଏକ ଅତ୍ୟନ୍ତ ଶୁଭ ଅବସର। ଭଗବାନ ବିଷ୍ଣୁଙ୍କ କୃପା ମିଳିବା ସହିତ ବ୍ୟକ୍ତିର ସମସ୍ତ ପାପ ନଷ୍ଟ ହୁଏ ଏବଂ ସେମାନେ ଏକ ସୁଖମୟ ଜୀବନଯାପନ କରନ୍ତି। ସେମାନଙ୍କ ପାଇଁ ମୋକ୍ଷର ଦ୍ୱାର ମଧ୍ୟ ଖୋଲିଯାଏ।
ସାଧାରଣତଃ, ଗୋଟିଏ ମାସରେ ଦୁଇଟି ଏକାଦଶୀ ଥାଏ । କିନ୍ତୁ ଏହି ବର୍ଷ ଡିସେମ୍ବର ୨୦୨୫ରେ ତିନୋଟି ଶୁଭ ଏକାଦଶୀ ହେବ। ତେବେ ଆସନ୍ତୁ ଜାଣିବା ଡିସେମ୍ବରରେ ପଡୁଥିବା ଏହି ୩ଟି ଏକାଦଶୀର ତାରିଖ ଏବଂ ଶୁଭ ସମୟ।
ମୋକ୍ଷଦା ଏକାଦାଶି – ଡିସେମ୍ବର ୧, ୨୦୨୫
ତିଥି – ନଭେମ୍ବର ୩୦, ରାତି ୯.୨୯ ରୁ ଡିସେମ୍ବର ୧, ସନ୍ଧ୍ୟା ୭.୦୧
ପୂଜା ମୁହୁର୍ତ୍ତ – ସକାଳ ୬.୫୬ ରୁ ସକାଳ ୮.୧୫
ପାରଣ ସମୟ – ସନ୍ଧ୍ୟା ୬.୫୭ ରୁ ରାତି ୯.୦୩ (ଡିସେମ୍ବର ୨)
ମହତ୍ତ୍ୱ – ମାର୍ଗଶୀର ଶୁକ୍ଳ ଏକାଦଶୀର ଉପବାସ ପାଳନ କରିବା ଦ୍ୱାରା ସମସ୍ତ ପାପ କ୍ଷୟ ହୁଏ ଏବଂ ମୋକ୍ଷ ପ୍ରାପ୍ତି ହୁଏ। ପୌରାଣିକ କଥା ଅନୁସାରେ, ରାଜା ବୈଖାନସ ମୋକ୍ଷଦା ଏକାଦଶୀ ଉପବାସ ବିଧିବଦ୍ଧ ଭାବରେ ପାଳନ କରିଥିଲେ ଏବଂ ତାଙ୍କ ପିତା ନର୍କରୁ ମୁକ୍ତ ହୋଇଥିଲେ।
ସଫଳା ଏକାଦଶୀ – ଡିସେମ୍ବର ୧୫, ୨୦୨୫
ତିଥି – ଡିସେମ୍ବର ୧୪, ସନ୍ଧ୍ୟା ୬:୪୯ ରୁ ଡିସେମ୍ବର ୧୫, ରାତି ୯:୧୯
ପୂଜା ମୁହୁର୍ତ୍ତ – ସକାଳ ୭.୦୬ ରୁ ସକାଳ ୮.୨୪
ପାରାଣ ସମୟ – ସକାଳ ୭.୦୭ ରୁ ସକାଳ ୯.୧୧ (ଡିସେମ୍ବର ୧୬)
ମହତ୍ତ୍ୱ – ଏହି ଏକାଦଶୀ ବିଷୟରେ ଧାର୍ମିକ ଶାସ୍ତ୍ରରେ କୁହାଯାଇଛି ଯେ, ହଜାର ହଜାର ବର୍ଷ ଧରି ତପସ୍ୟା କରିବା ଦ୍ଵାରା ଯେଉଁ ପୁଣ୍ୟ ଫଳ ପ୍ରାପ୍ତ ହୁଏ, ସେହି ପୁଣ୍ୟ ଭକ୍ତି ପୂର୍ବକ ସାରା ରାତି ଜାଗ୍ରତ ରହି ସଫଳା ଏକାଦଶୀ କରିବା ଦ୍ଵାରା ହୋଇଥାଏ । ସମସ୍ତ କାର୍ଯ୍ୟ ସଫଳ ହୁଏ।
ପୌଷ ପୁତ୍ରଦା ଏକାଦଶୀ – ଡିସେମ୍ବର ୩୦, ୨୦୨୫
ତିଥି: ଡିସେମ୍ବର ୩୦, ସକାଳ ୭.୫୦ ରୁ ଡିସେମ୍ବର ୩୧, ସକାଳ ୫.୦୦
ପୂଜା ମୁହୁର୍ତ୍ତ – ସକାଳ ୯.୪୯ ରୁ ସକାଳ ୧୧.୦୬
ପାରଣ ସମୟ – ଅପରାହ୍ନ ୧:୨୬ ରୁ ଅପରାହ୍ନ ୩:୩୧ (ଡିସେମ୍ବର ୩୧)
ମହତ୍ତ୍ଵ: ପୁତ୍ରଦା ଏକାଦଶୀ ବ୍ରତକୁ ସନ୍ତାନ ଜନ୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ତିଥି ସମସ୍ତ ପାପକୁ ଦୂର କରିବା ଏବଂ ପିତୃପୁରୁଷଙ୍କ ଋଣରୁ ମୁକ୍ତି ଦେବାରେ ସକ୍ଷମ।