୯ ଜଣ ଖେଳାଳିଙ୍କୁ ଚୟନ କଲା କୋଲକାତା କ୍ରିକେଟ ସଂଘ

କୋଲକାତା(ରିପୋର୍ଟସ ଟୁଡେ) : ଇଡେନ ଗାର୍ଡେନରେ ଆଜି ବିସିସିଆ ଟୁର୍ଣ୍ଣମେଣ୍ଟ ପାଇଁ ୯ ଜଣ ଖେଳାଳିଙ୍କୁ ଚୟନ କରିଛି କୋଲକାତା କ୍ରିକେଟ ସଂଘ । ପ୍ରତେକ ଟିମରେ ଚାରି ଜଣ ଖେଳାଳି ଯୋଗ ଦେଇଛନ୍ତି । କୋଲକାତା କ୍ରିଟେକ ସଂଘର ସେକ୍ରେଟେରି ଦେବବ୍ରତ ଦାସଙ୍କ କହିବା ଅନୁଯାୟୀ ୧୯ ବର୍ଷରୁ କମ ବୟସର ୨୦ ଜଣ ଖେଳାଳିଙ୍କୁ ମିନି ଡ୍ରାଫ୍ଟରେ ରିଜର୍ବ ରଖିବାରେ ସଫଳ ହୋଇଅଛୁ । କୋଲକାତା କ୍ରିକେଟ ସଂଘ ଅଲ ରାଉଣ୍ଡର ଅମିର ଗନି ଏବଂ ବ୍ୟଟ୍ସମ୍ୟାନ ସୌଗତ ଦତ୍ତଙ୍କୁ ତଉଫିକ୍ ଉଦ୍ଦିନ ମଣ୍ଡଳ ଏବଂ ଦେବପ୍ରିତ୍ତମ ହଲଦେର ବଦଳରେ ଯୋଗ ହୋଇଛନ୍ତି । କ୍ରିଷ୍ଣନଗର ଚ୍ୟାଲେଞ୍ଜେସ୍ ଓ ଦୁର୍ଗାପୁର ଡାଜଲର୍ସ ଏହି ଡ୍ରାଫ୍ଟରୁ ଜଣେ ଲେଖାଁଏ ଖେଳାଳିଙ୍କୁ ନେଇଥିଲେ । ସେହିପରି ଡ୍ରାପ୍ଟ ରୁ କାଞ୍ଚନଜଙ୍ଗା ଟିମ୍ ଅଲ ରାଉଣ୍ଡର ପ୍ରଭାତ ମୌର୍ଯ୍ୟଙ୍କୁ ନିଜ ଦଳରେ ସାମିଲ କରିଥିଲା ।
ସୂଚନାଯୋଗ୍ୟ ଯେଉଁ ଖେଳାଳି ମାନେ ପୂର୍ବରୁ ଚୟନ ହୋଇଥିଲେ । ଖେଳାଳୀ ମାନେ ବାୟୋ ମେଟ୍ରିକ୍ ପ୍ରଦାନ ନକରିବା ସହିତ ସେମାନଙ୍କର ପର୍ଯ୍ୟପ୍ତ ଡକୁମେଣ୍ଟ ଅଭାବରୁ ସେମାନେ ସେମାନେ ଏହି ମିନି ଡ୍ରାପ୍ଟରୁ ବାଦ ପଡିଛନ୍ତି ।