ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଶିଶୁ । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକରନାଗ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏକ କାରରେ ଯାତ୍ରା କରୁଥିବା ସମସ୍ତ ୮ ଜଣ ଖାଲରେ ପଡ଼ି ପ୍ରାଣ ହରାଇଛନ୍ତି ।
#WATCH | Jammu and Kashmir: People of the same family met with a car accident in the Daksum area of Anantnag district. Further details awaited. pic.twitter.com/zDoU7eJqXv
— ANI (@ANI) July 27, 2024
ପୋଲିସ ସୂଚନା ଅନୁସାରେ JK03H9017 ରେଜିଷ୍ଟ୍ରେସନ ନମ୍ବର ଥିବା ସୁମୋ ଗାଡି ଜାମ୍ମୁ ଅଞ୍ଚଳର କିଶୱାର୍ଡ ଅଞ୍ଚଳରୁ ଆସୁଥିଲା । ହେଲେ ଦୁର୍ଭାଗ୍ୟବଶତଃ ନିୟନ୍ତ୍ରଣ ହରାଇ ଡାକସୁମ ଘାଟିରୁ ତଳକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଶିଶୁ, ଦୁଇ ମହିଳା ଏବଂ ଜଣେ ପୁରୁଷ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ସେମାନେ କେଉଁ ଅଞ୍ଚଳର ତାହା ମଧ୍ୟ ଜଣାପଡ଼ି ନାହିଁ ।
ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ପୋଲିସ ଏ ବାବଦରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।