ଦିଲ୍ଲୀ: ଧିରେ ଧିରେ ସୁଧୁରିବାରେ ଲାଗୁଛି ଦିଲ୍ଲୀ ସ୍ଥିତି । ତେଣୁ ଦ୍ୱିଲ୍ଲୀରେ ଆଜିଠାରୁ ଖୋଲିଲା ଶିକ୍ଷାନୁଷ୍ଠାନ । ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ପ୍ରଥମ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲା ଯାଇଛି । ଏନେଇ ଦିଲ୍ଲୀ ଶିକ୍ଷା ନିର୍ଦେଶାଳୟ ଦୀଷ୍ପତି ନେଇଛି । ସ୍କୁଲ ଖୋଲାହେଲେ ମଧ୍ୟ ପାଠ ପଢା ବ୍ୟତୀତ ବାହାରେ ଖେଳକୁଦ ଉପରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତ ମାସ ୯ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିଲା ସମସ୍ତ ବିଦ୍ୟାଳୟ । ପ୍ରଦୂଷଣ କମିଥିବାରୁ ଦିଲ୍ଲୀରେ ଶନିବାର ଠାରୁ ଜିଆରଏପି-୪ ନିୟମକୁ ହଟାଇ ଦିଆଯାଇଛି। କିନ୍ତୁ ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ସାଙ୍ଗକୁ ଟ୍ରକ ଚଳାଚଳ ଉପରେ ଏବେବି କଟକଣା ରହିଛି। ଦିଲ୍ଲୀରେ ଆଜି ସକାଳୁ ବାୟୁର ଗୁଣବତ୍ତା ୩୧୦ ରହିଛି । ଯାହାକି ଖରାପ ଶ୍ରେଣୀରେ ଅଛି।