ଦିଲ୍ଲୀ କ୍ୟାବିନେଟରେ ଆତିଶୀଙ୍କୁ ଶିକ୍ଷାମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି
ନୂଆଦିଲ୍ଲୀ : ଆଜି ସପଥ ନେଇଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାରରେ ୨ ଜଣ ନୂଆ ମନ୍ତ୍ରୀ । ଏନେଇ ରାଜଭବନରେ ଏକ ଶପଥଗ୍ରହଣ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପ ରାଜ୍ୟପାଳ ଭି.କେ ସକସେନା ଓ କ୍ୟାବିନେଟର ଅନ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଉପ ରାଜ୍ୟପାଳ ଭିକେ ସକସେନା ଏହି ଦୁଇମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଦିଲ୍ଲୀ କ୍ୟାବିନେଟରେ ଆତିଶୀଙ୍କୁ ଶିକ୍ଷାମନ୍ତ୍ରୀ ଭାବେ ଶପଥ ଦିଆଯାଇଥିବା ବେଳେ ଅତିରିକ୍ତ ଭାବେ ତାଙ୍କୁ ଶକ୍ତି ଓ ପର୍ୟ୍ୟଟନ ବିଭାଗ ବି ମିଳିଛି । ସେହିଭଳି ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଶପଥ ଦିଆଯାଇଥିବା ବେଳେ ଅତିରିକ୍ତ ଭାବେ ସହର ବିକାଶ, ଜଳ ଓ ଉଦ୍ୟୋଗ ବିଭାଗ ମିଳିଛି । ସୂଚନା ଥାଉକି ସୌରଭ ଭରଦ୍ୱାଜ କେଜ୍ରିୱାଲଙ୍କ ପ୍ରଥମ ୪୯ଦିନିଆ ସରକାରରେ ପରିବହନ ମନ୍ତ୍ରୀ ଭାବେ କାର୍ୟ୍ୟ ତୁଲାଇଥିଲେ । ସେପଟେ ଆତିଶୀ ଶିକ୍ଷା ବିଭାଗର ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରାମର୍ଶଦାତା ଭାବେ କାର୍ୟ୍ୟ କରୁଥିଲେ ।