ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ସାଉଥ ସୁରପଷ୍ଟାର ମହେଶ ବାବୁଙ୍କୁ ଇଡି ସମନ କରିଛି

ହାଇଦ୍ରାବାଦ-: ସାଉଥ ସୁରପଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ । ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରିଛି । ଏପ୍ରିଲ ୨୮ ତାରିଖ ପୂର୍ବରୁ ହାଇଦ୍ରାବାଦ ସ୍ଥିତି ଇଡି ଅଫିସରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ହୋଇଛି । ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ କରାଯାଇ ମହେଶ ବାବୁଙ୍କୁ ସମନ ଜାରି କରିଛି ଇଡି । ତେବେ ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ ଦୁଇଟି ରିଅଲ-ଇଷ୍ଟେଟ କମ୍ପାନୀ ସହ ଜଡ଼ିତ ମାମଲାରେ ଏହି ସମନ ହୋଇଛି ।

ସୂଚନା ଅନୁଯାୟୀ, ମହେଶ ବାବୁ ଦୁଇଟି ରିଅଲ୍ ଇଷ୍ଟେଟ୍ ସଂସ୍ଥା – ସାଇ ସୂର୍ଯ୍ୟା ଡେଭଲପର୍ସ ଏବଂ ସୁରାଣା ଗ୍ରୁପର ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିଥିଲେ । ସେ ଏହି ଅନୁମୋଦନ ପାଇଁ ୫.୯୦ କୋଟି ଟଙ୍କା ପାଇଥିବା ଜଣାପଡ଼ିଛି, ଯାହା ମଧ୍ୟରୁ ୩.୪୦ କୋଟି ଟଙ୍କା ତାଙ୍କୁ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲାବେଳେ ବାକି ୨.୫୦ କୋଟି ଟଙ୍କା ନଗଦ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଏବେ ଇଡି ଅଧୀନରେ ନଗଦ କାରବାର ସ୍କାନର ଅଛି । କାରଣ ନଗଦ ଟଙ୍କା ମନି ଲଣ୍ଡରିଂ ମାଧ୍ୟମରେ ବିଲ୍ଡରମାନଙ୍କ ଦ୍ୱାରା ସଂଗୃହୀତ ଅର୍ଥର ଏକ ଅଂଶ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ସନ୍ଦେହ କରୁଛନ୍ତି ।

ଇଡି କହିଛି ଯେ ମହେଶ ସିଧାସଳଖ ଏହି ଠକେଇରେ ଜଡିତ ନଥାଇପାରନ୍ତି, କିନ୍ତୁ ସେ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିବା ଦ୍ୱାରା ଅନେକ କ୍ରେତା ସେମାନଙ୍କର କଠିନ ପରିଶ୍ରମର ଟଙ୍କା ଏଥିରେ ବିନିଯୋଗ କରିବାକୁ ଉତ୍ସାହିତ ହୋଇଥିଲେ । ମହେଶ ବାବୁଙ୍କ ଟିମ ପକ୍ଷରୁ ସମନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି  ବିବୃତ୍ତି ଜାରି କରାଯାଇନାହିଁ ।