ପୁଣି ମମତା ବାନାର୍ଜୀଙ୍କ ଭଣଜାଙ୍କୁ ଇଡିର ସମନ ଜାରି

କୋଇଲା ଦୁର୍ନୀତି ମାମଲାରେ ଇଡି ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରିଛି।

(କୋଲକତା) : କୋଇଲା ଦୁର୍ନୀତି ମାମଲାରେ ଇଡି ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରିଛି। ମମତା ବାନାର୍ଜୀଙ୍କ ଭଣାଜା ତଥା ଟିଏମସିର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ଓ ତାଙ୍କ ସ୍ତ୍ରୀ ରୁଜିରା ବାନାର୍ଜ ଆଗାମୀ ସପ୍ତାହରେ ତଦନ୍ତ ଅଧିକାରୀ ଇଡି ପାଖରେ ହାଜର ହେବା ପାଇଁ ସମନ କରିଛନ୍ତି। ଏହାପରେ ଅଭିଷେକ ଏହାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ମାର୍ଚ୍ଚ ୧୧ ରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ।

ସୂଚନାନୁଯାୟୀ, ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଇଡି ଏହି ମାମଲାରେ ପଚରାଉଚାରା କରିବାକୁ ଚାହୁଁଛି। ଉଭୟଙ୍କୁ ଅଲଗା ଅଲଗା ଦିନରେ ପଚରାଉଚରା ପାଇଁ ଡକାଯାଇଛି। ମାର୍ଚ୍ଚ ୨୧ ରେ ଇଡି ପ୍ରଥମେ ଅଭିଷେକ ବାନାର୍ଜୀଙ୍କୁ ଏବଂ ପରେ ମାର୍ଚ୍ଚ ୨୨ ରେ ରୁଜିରା ବାନାର୍ଜୀଙ୍କୁ ଡକାଇ ପଚରାଉଚରା କରିବ।