ଲାଞ୍ଚ ନେଉଥିବାବେଳେ ୨ ଇଡି ଅଧିକାରୀଙ୍କୁ ଗିରଫ କଲା ରାଜସ୍ଥାନ ଏସିବି

ନୂଆଦିଲ୍ଲୀ: ଇଡିର ଦୁଇ ଅଧିକାରୀଙ୍କୁ ଲାଞ୍ଚ ନେଉଥିବାବେଳେ ଗିରଫ କରିଛି ରାଜସ୍ଥାନ ଏସିବି( anti corruption bureau )।  ଏକ ମାମଲାର ରଫାଦଫା କରିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଗିରଫ ଇଡି ଅଧିକାରୀଙ୍କ ନାଁ ନବଲକିଶୋର ମୀନା ଏବଂ ତାଙ୍କର ସହଯୋଗୀ ବାବୁଲାଲା ମୀନା। ନବଲକିଶୋର ମୀନା ମଣିପୁର ଇଡିରେ କାର୍ଯ୍ୟରତ। ସେହିପରି ବାବୁଲାଲ ମଧ୍ୟସ୍ଥି ଭାବରେ କାମ କରୁଥିଲେ। ସେ ବର୍ତ୍ତମାନ ଅଲବରର ଖୈରସ୍ଥରରେ କନିଷ୍ଠ ସହାୟକ କାର୍ଯ୍ୟାଳୟରେ ନିୟୋଜିତ ଅଛନ୍ତି। ତେବେ ବର୍ତ୍ତମାନ ଏସବି ଉଭୟଙ୍କୁ ପଚାରଉଚରା କରୁଛି। ବର୍ତ୍ତମାନ ଏସିବି ଇଡିର ଏହି ଇନ୍ସପେକ୍ଟରର ଅନେକ ଠିକଣାରେ ରେଡ୍ କରୁଛି।

କୁହାଯାଉଛି ଯେ, ସେ ମଣିପୁରରେ ଏକ ଚିଟ୍‌ଫଣ୍ଡ୍‌ କମ୍ପାନି ମାମଲାର ସମାଧାନ କରାଇବା ଏବଂ ଅନ୍ୟ ସୁବିଧା ଦେବା ନାଁରେ ପୀଡ଼ିତଙ୍କୁ ୧୭ ଲକ୍ଷ ଟଙ୍କା ମାଗିଥିଲେ। ଆଉ ଏହି କ୍ରମରେ ୧୫ ଲକ୍ଷ ଟଙ୍କା ନେଉଥିବାବେଳେ ଧରାପଡ଼ିଛନ୍ତି।