କଟକ(ରିପୋର୍ଟର୍ସ ଟୁଡେ) : ସବୁ ପ୍ରୟାସର ଅନ୍ତ ଘଟିଛି । ଇକମୋ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେହି ରାଜ୍ୟ ବାହାରକୁ ଯିବାର ଅନ୍ତ ଘଟିଛି । ଏସିବି ରେ ଏବେ ଖୁବ୍ ଶିଘ୍ର ଆରମ୍ଭ ହୋଇଯିବ ଇକମୋ ଚକିତ୍ସା ।ପ୍ରାଥମିକ ପର୍ଯ୍ୟାୟରେ ୯ଟି ମେସିନ ଇନଷ୍ଟୋଲେସନ ହୋଇସାରିଛି । ଏଥିପାଇଁ ଦରକାର ପଡୁଥିବା ମାନବ ସମ୍ବଳ ନିଯୁକ୍ତ ହୋଇସାରିଛନ୍ତି । ଚିକିତ୍ସା ପାଇଁ କୋଲକାତାରୁ ବିଶେଷଜ୍ଞ ଟିମ ପ୍ରଶିକ୍ଷଣ ନେଇସାରିଛନ୍ତି । ଏନେଇ ଡିଏମଇଟି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଇକମୋ ମେସିନ ପାଇଁ ଦୁଇଟି ୟୁନିଟ ଗଠନ ହୋଇଛି । ପ୍ରଥମ ୟୁନିଟରେ ୬ଟି ଓ ଦ୍ୱିତୀୟ ୟୁୁୁନିଟ୍ ରେ ୩ଟି ରହିଛି । ଦ୍ୱୀତିୟ ୟୁନିଟଟି ସର୍ବଦା କରୋନା ରୋଗୀଙ୍କ ପାଇଁ ସେବା ଯୋଗାଇବା ସହ ପ୍ରଥମ ୟୁନିଟ୍ କୋଭିଡର ପରବର୍ତ୍ତୀ ଜଟିଳତା ପାଇଁ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛି ।