ଭୂକମ୍ପ ଝଟକା ରେ ଥରିଲା ଜମ୍ମୁ କଶ୍ମୀର ଏବଂ ଗୁଜରାଟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଏବଂ ଗୁଜରାଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୪ ରହିଥିବା ଜଣାପଡିଛି । ସେହିପରି ଜମ୍ମୁରେ ଭୂକମ୍ପର ତୀବ୍ରତା ୨.୭ ରହିଛି । ସେହିପରି ଲେହ-ଲଦାଖରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯେଉଁଥିରେ ଭୂକମ୍ପର ତୀବ୍ରତା ୩.୯ ରହିଛି । ତେବେ ଭୂକମ୍ପରେ କ୍ଷୟକ୍ଷତିଜନିତ କିଛି ଆକଳନ କରାଯାଇନାହିଁ । ଭୂକମ୍ପ ଝଟକା ପାଇବା ପରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ ।