ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଥରିଲା ଆଫଗାନିସ୍ତାନ । ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ  କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ ଭୂକମ୍ପ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ହୋଇପଡିଛନ୍ତି । ସୂଚନା ଅନୁଯାୟୀ ଗତ ଫେବୃଆରୀ ୨୧ ତାରିଖରେ ଆଫଗାନିସ୍ତାନରେ ଲଗାତାର ଦୁଇ ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୪.୨ ଥିଲା। କ୍ଷତିକ୍ଷତି ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।