ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭୁକମ୍ପର ଝଟକା ।କର୍ଣ୍ଣାଟକର ବିଜୟପୁର ଓ ବାଗଲକୋଟ ଜିଲ୍ଲାରେ ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ବିଜୟପୁର, ନାଗାଥାନା, ଅଲିୟାବାଦ, ଘୋସାଂଗି, କଲ୍ଲାକବତାଗି, ସୋମଦେବରାହଟ୍ଟି, ଇଣ୍ଡି ଓ ବସବାନାରେ ଆଜି ସାକଳୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି। ବିଜୟପୁର ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ତଳେ ଥିବା ଚିହ୍ନଟ ହୋଇଛି। ଏହି ସମୟରେ, ବାଗଲକୋଟ, ଜାମଖଣ୍ଡି ସହର ଏବଂ ଏହାର ଆଖପାଖ ଅଞ୍ଚଳର ଅନେକ ସ୍ଥାନରେ କମ୍ପନ ଅନୁଭୂତ ହୋଇଥିଲା।