ପୁଣି ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ, ତୀବ୍ରତା ୪.୬ ରେକର୍ଡ

ପୁଣି ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ।

(ଉତ୍ତରାଖଣ୍ଡ) : ପୁଣି ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ। ଆଜି ସକାଳେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ପିଥୌରାଗଡ ଜିଲ୍ଲାରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି।

ତେବେ ଏହି ଭୂକମ୍ପରେ କାହାର ମୃତ ହୋଇନଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ସୀମା ଆଖପାଖ ଆଞ୍ଚଳର ବୋଲି ଅନୁମାନ କରି କୁହାଯାଉଛି।

 

ସୂଚନାନୁଯାୟୀ , ଗତ ଗୁରୁବାର ଦିନ ଜମ୍ମୁକଶ୍ମୀରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା। ଭୂକମ୍ପ କେନ୍ଦ୍ର ତାଜିକିସ୍ତାନରେ ଥିଲା।