(ମେଘାଳୟ) : ଭୂକମ୍ପରେ ଥରିଲା ଉତ୍ତର ପୂର୍ବ ରାଜ୍ୟ ମେଘାଳୟ। ସକାଳ ୬ ଟା ୩୨ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ଭୂକମ୍ପ ମାତ୍ରା ୪.୦ ରେକର୍ଡ ହୋଇଥିବା ବେଳେତେବେ ଏହି ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟ କ୍ଷତି ହୋଇଥିବାର ସୂଚନା ମିଳିନାହିଁ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପ ମାତ୍ରା ୪.୦ ରେକର୍ଟ କରାଯାଇଛି। ସେହିଭଳି ଏହା ପୂର୍ବରୁ ରିବାର ରାତିରେ ଚେରାପୁଞ୍ଜିରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।
ସୂଚନାନୁଯାୟୀ , ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଏହାର ପରିମାଣ ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଥିଲା। ଭାରତୀୟ ସମୟ ରାତି ୮ ଟା ୩୭ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଆସିଥିଲା ।