ନୂଆ ଦିଲ୍ଲୀ: ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୦ ବୋଲି ରେକର୍ଡ କରାଯାଇଛି । ତେବେ ଚଳିତ ବର୍ଷର ଏହା ତୃତୀୟ ଥର ଭୂମିକମ୍ପ ବୋଲି କୁହାଯାଉଛି । ଏନେଇ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେଜ ସୂଚନା ଦେଇ କହିଛନ୍ତି ଯେ, ଶନିବାର ଆଣ୍ଡାମାନ ଓ ନିକୋବର ଦ୍ୱୀପର ୧୦ କିଲୋମିଟର ଗଭୀରତାରେ ୬ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ସଙ୍ଗଠିତ ହୋଇଛି । ଏହାର କେନ୍ଦ୍ରସ୍ଥଳ ପୋର୍ଟବ୍ଲେୟାରଠାରୁ ୧୨୬ କିଲୋମିଟର ଦକ୍ଷିଣପୂର୍ବରେ ହୋଇଥିବା କୁହାଯାଉଛି । ତେବେ କ୍ଷୟ କ୍ଷତିର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ ବୋଲି କୁହାଯାଉଛି ।